39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦୁନିଆର ସବୁଠୁ ଭୟଙ୍କର ଆଇଲ୍ୟାଣ୍ଡ

ଦୁନିଆର ସବୁଠୁ ଭୟଙ୍କର ଆଇଲ୍ୟାଣ୍ଡ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ଭୟାନକ, ବିପଦପୂର୍ଣ୍ଣ ଏବଂ ଖତରନାକ ସ୍ଥାନ ରହିଛି , ଯାହା ସମ୍ପର୍କରେ ମଣିଷ କେବେ ବି ଜାଣିବାକୁ ପାଇନି ବା ଜାଣି ବାକୁ ଇଚ୍ଛା ରଖିନି । କାରଣ ଏହି ସବୁ ସ୍ଥାନକୁ ଯିବା ବି ଉଚିତ ନୁହେଁ । ଦୁନିଆର ଅନେକ ସ୍ଥାନରେ ଏପରି ଦ୍ୱୀପ ରହିଛି ଯାହାକୁ ଭୟାନକ ସ୍ଥାନ ବୋଲି କୁହାଯାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ଦ୍ୱୀପ ସମ୍ପର୍କରେ ।
ଭୂତର ଦ୍ୱୀପ: ଇଟାଲୀ ଦେଶ ନିଜର ସୈାନ୍ଦର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ । ପୁରୁଣା ସହର, ସଂସ୍କୃତି ଏବଂ ଏହାର ଦୃଶ୍ୟ କୁ ଦେଖି ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ବୁଲି ଆସନ୍ତି । କିନ୍ତୁ ଏହି ଦେଶର ଅନ୍ୟ ଏକ ଖାସିୟତ ହେଉଛି ଏହାର ଦ୍ୱୀପ ।ଏହାର ନାମ ହେଉଛି ପୋଭେଗଲିଆ ଦ୍ୱୀପ । ଏହି ଦ୍ୱୀପ ସହ ଅନେକ ଭୟାନକ କାହାଣୀ ଯୋଡି ହୋଇ ରହିଛି ।
ଭୟାନକ ଦ୍ୱୀପ: ଦୁନିଆର ସବୁଠାରୁ ଭୟାନକ ଦ୍ୱୀପ । ୫୪ ବର୍ଷ ଧରି ଏହି ଦ୍ୱୀପ କୁ ବନ୍ଦ ରଖାଯାଇଛି । ଏଠାକୁ ନ ଆସିବା ପାଇଁ ପ ର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।ଏହି ସ୍ଥାନରେ ୧୯୩୦ ମସିହାରେ ମେଣ୍ଟାଲ ହସ୍ପିଟାଲ ଥିଲା । କୁହାଯାଉଛି କି ଏଠାରେ ହସ୍ପିଟାଲ ର ଡାଏରେକ୍ଟର ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।
ମେଣ୍ଟାଲ ହସ୍ପିଟାଲ : ପୋଭେଗଲିଆ ଦ୍ୱୀପ ଏବଂ ଲିଡୋ ସହର ମଧ୍ୟରେ ଏହି ହସ୍ପିଟାଲ ରହିଛି । କୁହାଯାଏ ଏଠାରେ ରଖାଯାଇଥିବା ମାନସିକ ରୋଗୀଙ୍କ ଉପରେ ଅନେକ ପ୍ରକାରର ପରୀକ୍ଷଣ କରାଯାଇଥିଲା । ମାନସିକ ଡାକ୍ତରଖାନା ପରେ ଏଠାରେ ଏକ ନର୍ସିିଂ ହୋମ ମଧ୍ୟ କିଛି ଦିନ ଚାଲୁଥିଲା । କିନ୍ତୁ ୧୯୬୮ ରୁ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା ।
ମହାମାରୀ: କୁହାଯାଏ ଯେ ଚତୁର୍ଦ୍ଦଶ ଶତାବ୍ଦୀରେ ଏଠାରେ ମହାମାରୀ ବ୍ୟାପିଥିଲା । ଏବଂ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକ ପ୍ରାଣ ହରାଇଥିଲେ । ଏହା ପରେ ସମସ୍ତ ଶବକୁ ପୋଡି ପୋତି ଦିଆଗଲା । ସେବେଠାରୁ ଏହି ସ୍ଥାନକୁ ୫୪ ବର୍ଷ ଧରି କେହି ଯାଇ ନାହାନ୍ତି । ୨୦୧୫ ମସିହାରେ ଏହି ସ୍ଥାନର ପୁନଃବିକାଶ ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା ।
ଭୟଙ୍କର ଦ୍ୱୀପ : ଏହି ଦ୍ୱୀପରେ କୈାଣସି ସଂସ୍ଥା ଅଧିକ ଦିନ ଧରି ତିଷ୍ଠି ପାରେ ନାହିଁ । ଆଶ୍ଚର୍ଯ୍ୟ ଜନକ ଘଟଣା ଏଠାରେ ବାରମ୍ବାର ଘଟେ । ଏବଳଇ ପରିସ୍ଥିତି ରେ ଏହି ଦ୍ୱୀପ କୁ ବନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking