26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏହି ଗଛ ଛୁଇଁଲେ ଚାଲିଯାଏ ଜୀବନ; ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ଏହି ଗଛ ଛୁଇଁଲେ ଚାଲିଯାଏ ଜୀବନ; ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ନୂଆଦିଲ୍ଲୀ: ଓଡ଼ିଶାରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଏହି ସ୍ଥାନମାନଙ୍କର ଗୁପ୍ତ ରହସ୍ୟ ଜାଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ସେହିପରି ଏମିତି ମଧ୍ୟ କିଛି ସ୍ଥାନ ରହିଛି, ଯେଉଁ ସ୍ଥାନମାନଙ୍କରେ ଆତ୍ମାମାନଙ୍କର ବାସ ଥିବାର କୁହାଯାଏ । ତେବେ ଭଙ୍ଗା ଘର, ପରିତ୍ୟକ୍ତ ହଷ୍ଟେଲ, ନଦୀପଠା ଏବଂ କିଛି ଗଛରେ ଆତ୍ମା ରହିଥାନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ସନ୍ଧ୍ୟା ପରେ ହିଁ ଆତ୍ମାମାନଙ୍କର ପ୍ରକୋପ ବଢିଥାଏ । ତେବେ ଓଡ଼ିଶାରେ ଏପରି ଗୋଟିଏ ଗଛ ଅଛି ଯେଉଁ ଗଛରେ ଆତ୍ମା ରହୁଥିବା ସମସ୍ତେ ବିଶ୍ୱାସ କରନ୍ତି । ଯଦି କୌଣସି ବ୍ୟକ୍ତି ଏହି ଗଛ ପାଶ୍ୱର୍ ଦେଇ ଯାଏ କିମ୍ବା ଏହି ଗଛକୁ ସ୍ପର୍ଶ କରେ, କିଛି ଦିନ ଭିତରେ ହିଁ ସେହି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ବୋଲି ସ୍ଥାନୀୟ ଲୋକ ମତପ୍ରକାଶ କରିଛନ୍ତି ।

ତେବେ ଏହି ଗଛଟି ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳଯୋଡ଼ି ଗ୍ରାମରେ ଅବସ୍ଥିତ । ଏହି ଗଛରେ ଜଣେ ଝିଅର ଆତ୍ମା ରହୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତିି । ତେବେ ସ୍ଥାନୀୟ ଲୋକଙ୍କ ସହିତ କିଛି ଏପରି ଘଟଣା ଘଟିଥିଲା ଯାହା ପରେ ଲୋକମାନେ ଏହି ଗଛରେ ଭୁତ ରହୁଥିବାର ବିଶ୍ୱାସ କରିଥିଲେ । କିଛି ଲୋକ ରାତିରେ ଏହି ଗଛ ପାଖ ଦେଇ ଆସୁଥିବା ସମୟରେ ହିଁ ଏକ ଆତ୍ମାକୁ ଗଛରେ ଝୁଲୁଥିବାର ଦେଖିଥିଲେ । ଏହି ଘଟଣା ପରେ ହିଁ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିଲା ଭୟ । ଫଳରେ ସନ୍ଧ୍ୟା ପରେ ଏହି ସ୍ଥାନ ଦେଇ ଲୋକମାନଙ୍କର ଚଳପ୍ରଚଳ ଧିରେ ଧିରେ ବନ୍ଦ ହୋଇଗଲା । ଗଛକୁ ସ୍ପର୍ଶ କରିବାର ମାତ୍ର ୩-୪ ଦିନ ମଧ୍ୟରେ ହିଁ ବ୍ୟକ୍ତିର ମୃତ୍ୟୁ ହୋଇଥିବାର ଗାଁ ଲୋକମାନେ ପ୍ରକାଶ କରିଛନ୍ତି ।

କକଥା ଅନୁସାରେ ଥରେ ଏହି ଆତ୍ମା ଏକ ଝିଅର ଶରୀରରେ ପ୍ରବେଶ କରି ୨୧ଜଣଙ୍କ ଜୀବନ ନନେବା ପର୍ଯ୍ୟନ୍ତ ଏହି ଗଛରେ ରହିବ ବୋଲି ଗାଁ ଲୋକଙ୍କୁ କହିଥିଲା । ଏବଂ ଏହି ଆତ୍ମା ଦ୍ୱାରା ପାଖାପାଖି ୭-୮ ଜଣଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି । ଲୋକମାନଙ୍କ କହିବା କଥା ଯେ, ଏହି ଗଛକୁ ସ୍ପର୍ଶ କରିବା ପରେ ହିଁ ଲୋକମାନଙ୍କର ଜୀବନ ଯାଇଛି ।ରାଜପଥ ନିକଟରେ ଏହି ଗଛ ରହିଥିଲେ ବି ଆତ୍ମା ଭୟରେ ସନ୍ଧ୍ୟା ପରେ ଗାଡ଼ି ଚଳପ୍ରଚଳ ବନ୍ଦ ହୋଇଯାଏ । ରାଜପଥରୁ ପାଖାପାଖି ୧୦ କିଲୋମିଟର ଭିତରେ ଯେଉଁ ଲୋକମାନେ ରହୁଥିଲେ ସେମାନେ ଆତ୍ମାର ପ୍ରକୋପରେ ଏହି ସ୍ଥାନରୁ ପଳାଇଥିବା ମଧ୍ୟ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ରାଜପଥ ପାଶ୍ୱର୍ରେ ଆଲୋକର ବ୍ୟବସ୍ଥା କରିଥିଲେ ମଧ୍ୟ ସନ୍ଧ୍ୟା ପରେ ରାଜରାସ୍ତାରେ କେହି ବି ଯାତାୟାତ କରନ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking