31.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମିକା ପାଇଁ ପ୍ରେମିକ ହାରିଲେ ନିଜ ଜୀବନ

ପ୍ରେମିକା ପାଇଁ ପ୍ରେମିକ ହାରିଲେ ନିଜ ଜୀବନ

କେନ୍ଦ୍ରାପଡ଼ା: ଆଜିକାଲି ପ୍ରେମ ସମ୍ପର୍କକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । କେଉଁଠି ପୁଅ ଧୋକା ଖାଇ ଜୀବନ ହାରୁଛି ତ ଆଉ କେଉଁଠି ଦୁନିଆକୁ ଅଲବିଦା କହୁଛି ଝିଅ । ସେହିଭଳି ଏକ ଅଧୁରା ପ୍ରେମ କାହାଣୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନ ବଳିପାଳ ପଞ୍ଚାୟତ ବାଲିସାହି ଗାଁରେ ଦେଖିବାକୁ ମିଳିଛି, ଯେଉଁଠାରେ ପ୍ରେମିକା ମଥାରେ ଆଉ କାହା ନାଁର ସିନ୍ଦୁର ଦେଖି ଆତ୍ମହତ୍ୟା କରିଛନ୍ତି ପ୍ରେମିକ ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନ ବଳିପାଳ ପଞ୍ଚାୟତ ବାଲିସାହି ଗାଁର ରାମଚନ୍ଦ୍ର ନାୟକଙ୍କ ପୁଅ ଦୀପକ କୁମାର ନାୟକ ଅନୁଗୁଳର ଏକ ବ୍ୟାଙ୍ଗରେ ସହକାରୀ ଶାଖା ପରିଚାଳକ ଭାବେ କାମ କରୁଥିଲେ । କିନ୍ତୁ ସେ ଯେଉଁ ଝିଅଙ୍କୁ ପ୍ରେମ କରୁଥିଲେ, ତାଙ୍କ ପରିବାର ଲୋକ ଅନ୍ୟତ୍ର ବିବାହ କରିଦେଲେ । ପ୍ରେମିକାର ବାପାଙ୍କୁ ଯେତେ ନେହୁରା ହେଲେ ବି ସେ ଶୁଣିନଥିଲେ ।

ପ୍ରେମିକାର ବାହାଘର ପରେ ଦିନରାତି ଝଟପଟ ହେଉଥିଲେ ଦୀପକ । ଆଉ ପ୍ରେମିକାର ବାହାଘର ପରେ ହ୍ୱାଟସପରେ ମେସେଜ୍ ଆସିଥିଲା । ମୁଁ କିଛି ଭୁଲ କରିନି, ତମକୁ ଆହୁରି ଭଲ ଝିଅ ମିଳିଯିବେ ବୋଲି ଲେଖିଥିଲେ ପ୍ରେମିକା । ଏମିତି କଥାବାର୍ତ୍ତା ଭିତରେ କଷ୍ଟ ପାଇ ପାଇ ଶେଷରେ ଜୀବନ ହାରିଦେଇଛନ୍ତି ଦୀପକ । ଅନ୍ୟପଟେ ପୁଅର ମୃତ୍ୟୁ ନେଇ ପୋଲିସ ନିକଟରେ ନ୍ୟାୟର ଭିକ୍ଷା ମାଗୁଛନ୍ତି ଦୀପକଙ୍କ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking