28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଜି ବିଶ୍ୱ ରେଡିଓ ଦିବସ

ଆଜି ବିଶ୍ୱ ରେଡିଓ ଦିବସ

ଭୁବନେଶ୍ୱର : ୧୩ ଫେବୃଆରୀକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡିଓ ଡେ ଭାବେ ପାଳନ କରାଯାଉଛି । ବିଶେଷ କରି ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟ ରେ ଏହି ଦିବସ ପାଳନ କରାଯାଉଛି । ତେବେ ଏହି ବିଶେଷ ଦିନ ଅବସର ରେ ପ୍ରଖ୍ୟାତ ବଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ସାରା ବିଶ୍ୱବାସୀଙ୍କୁ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏହି ଅତ୍ୟନ୍ତ ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ ଗଢ଼ିଛନ୍ତି । ଯେଉଁଥିରେ ରେଡିଓର ଏକ ପ୍ରତିକୃତି ଥିବା ବେଳେ ରେଡିଓ ଉଦ୍ଭାବନ କରିଥିବା ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବର୍ତ୍ତମାନ ଟେଲିଭିଜନ ଓ ମୋବାଇଲ ଯୋଗୁ ରେଡିଓ ଚାହିଦା କମିଯାଇଥିଲେ ରେଡିଓର ଅଵଶ୍ୟକତା ଏବେବି ରହିଛି । ପୂର୍ବରୁ ରେଡିଓ ମାଧ୍ୟମ ରେ ହିଁ କେଵଳ ଲୋକଙ୍କୁ ସୂଚନା , ସଂଚାର ଏବଂ ମନୋରଞ୍ଜନ କରିପାରୁଥିଲା । ଯାହା ଏବେବି ଲୋକ ମାନେ ଭୁଲି ନାହାଁନ୍ତି । ରେଡିଓ ଏକ ଲୋକପ୍ରିୟ ଓ ବହୁଳ ପ୍ରସାରିତ ଗଣମାଧ୍ୟମ । ଯେତେବେଳେ କୌଣସି ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟ କରି ନ ଥାଏ ସେତେବେଳେ ରେଡିଓ ହିଁ କାର୍ଯ୍ୟ କରିଥାଏ। ପୁଣି ପ୍ରାକୃତିକ ଦୁର୍ବିପାକ ସମୟରେ ରେଡିଓର ଗୁରୁତ୍ବ ବୃଦ୍ଧି ପାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking