36.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଦୁନିଆର ସବୁଠୁ ହ୍ୟାଣ୍ଡସମ୍ ଗଣିତ ଶିକ୍ଷକ

ଦୁନିଆର ସବୁଠୁ ହ୍ୟାଣ୍ଡସମ୍ ଗଣିତ ଶିକ୍ଷକ

ନୂଆଦିଲ୍ଲୀ: ଦୁନିଆରେ ଆପଣ ବିଭିନ୍ନ ପ୍ରକାରର ମଡେଲ ଦେଖିଥିବେ । ଯିଏ ନିଜ କାମରେ ସେତିକି ସର୍ବଗୁଣ ସଂପନ୍ନ । ଅନେକ ସମୟରେ ଫ୍ୟାଶନ ମଡେଲ ଙ୍କ ପାଇଁ କୁହାଯାଏ ଯେ, ସେମାନେ ଶିକ୍ଷିତ କିମ୍ବା ଇଂଟେଲିଜେଣ୍ଟ ହୋଇନଥାନ୍ତି । ହେଲେ ଏହାକୁ ଭଙ୍ଗ କରିବା କାମ କରିଛନ୍ତି, ହ୍ୟାଣ୍ଡସମ ମ୍ୟାଥଓ ଟିଚର । ଯିଏ ଗତ କିଛି ଦିନରେ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ଦୁନିଆର ସବୁଠୁ ହ୍ୟାଣ୍ଡସମ୍ ମ୍ୟାଥ ଟିଚର ନାମରେ ଜାଣୁଛନ୍ତି । ଖାସ କଥା ହେଲା ଯେ,  ଜଣେ ଶିକ୍ଷକ ସହିତ ସେ ଜଣେ ମଡେଲ ମଧ୍ୟ । ତାଙ୍କର ନାମ ହେଉଛି, ପିଏତ୍ରୋ ବୋଷଲୀ । ତାଙ୍କର ବୟସ ହେଉଛି ୩୨ ବର୍ଷ । ଯିଏ ପିଲାଙ୍କୁ ପଢାଇବା ସହ ମଡେଲିଙ୍ଗ କାମ ମଧ୍ୟ କରନ୍ତି । ଇଂଟରନେଟରେ ମ୍ୟାଠମେଟିକାଲ ମଡେଲ ନାମରେ ପରିଚିତ ହୋଇଛନ୍ତି । ୨୦୧୬ ମସିହାରେ ସେ ଅଚାନକ ଭାବରେ ଇଂଟରନେଟ ସେନ୍ସେସନ ବନି ଯାଇଥିଲେ । ତାଙ୍କର ଛାତ୍ର ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ପରେ ସେ ଚର୍ଚ୍ଚାକୁ ଆସିଯାଇଥିଲେ । ଏହାପରେ ମଡେଲିଙ୍ଗ ଦୁନିଆରେ ତାଙ୍କର ଚାହିଦା ବଢିଯାଇଥିଲା । ଅନେକ ବଡ ବଡ ମାଗାଜିନରେ ବି ତାଙ୍କ ଫଟୋ ଆସି ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking