40.1 C
Bhubaneswar
Wednesday, April 24, 2024
Homeଅପରାଧଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ୭ ବର୍ଷ ଜେଲ

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ୭ ବର୍ଷ ଜେଲ

ନୋଏଡ଼ା : ନୋଏଡ଼ାରେ ୫ ବର୍ଷ ପୂର୍ବେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଦାଲତ ନାବାଳିକାର ବାପାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ଅଦାଲତ ଦୋଷୀଉପରେ ଜୋରିମାନା ମଧ୍ୟ ଲଗାଇଛି । ୫୦୦୦ ଜୋରିମାନା ନଦେଇପାରିଲେ ଆଉ ୬ ମାସ ଯାଏଁ ଜେଲରେ ରହିବାକୁ ହେବ ।
ଫେବୃଆରୀ ୨୦୧୫ ରେ ନୋଏଡା଼ରେ ରହୁଥିବା ଜଣେ ମହିଳା ଆରୋପ ଲଗାଇଥିଲେ ଯେ ତାଙ୍କ ନାବାଳିକା ଝିଅ ସହ ଦୁଷ୍କର୍ମ ହୋଇଛି । ଏହି ଘୃଣ୍ୟ କାର୍ଯ୍ୟ ଝିଅର ବାପା କରିଥିଲା । ତେଣୁ ସେ ନୋଏଡ଼ାର ସେକ୍ଟର ୨୪ ଥାନାରେ ରିପୋର୍ଟ କରିଥିଲେ । ପରେ ପୋଲିସ ତଦନ୍ତ କରି ଆରୋପୀ ବାପାକୁ ଗିରଫ କରିଥିଲା । ପସ୍କୋ ଆକ୍ଟ ଅନୂସାରେ ମକଦ୍ଦମା ଚଲାଯାଉଥିଲା ଗୌତମ ବୁଦ୍ଧ ନଗର ନିରଞ୍ଜନ କୁମାର ଅଦାଲତରେ ପ୍ରମାଣ ଓ ସାକ୍ଷୀଙ୍କ ଦା୍ୱରା ଏହା ପ୍ରମାଣ ହୋଇଥିଲା ଯେ ଝିଅର ବାପା ହିଁ ଦୁଷ୍କର୍ମ କରିଛି । ନ୍ୟାୟାଧିଶ ଦୋଷୀକୁ ୭ ବର୍ଷ କାରାଦଣ୍ଡ ସହ ୫୦୦୦ ଟଙ୍କାର ଜୋରିମାନା ଲଗାଇଛନ୍ତି । ଅନ୍ୟ ପ୍ରତିପକ୍ଷ ଓକିଲଙ୍କ କହିବା ଅନୁସାରେ ନାବାଳିକା ଝିଅଟିର କେଉଁ ପୁଅ ସହିତ ପ୍ରେମ ସଂମ୍ପର୍କ ଥିଲ । କିନ୍ତୁ ପ୍ରମାଣ ଓ ସାକ୍ଷୀକୁ ଦେଖି ଅଦାଲତ ଝିଅର ବାପାଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking