33.3 C
Bhubaneswar
Tuesday, June 23, 2026
Homeଓଡିଶାମଝି ରାସ୍ତାରେ ମନ୍ତ୍ରୀଙ୍କୁ ଝାଡିଲେ ମହିଳା

ମଝି ରାସ୍ତାରେ ମନ୍ତ୍ରୀଙ୍କୁ ଝାଡିଲେ ମହିଳା

ମୁମ୍ବାଇ: ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଞ୍ଚଳରେ ଶାସକ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହୋଇଥିବା ବେଳେ ଜଣେ ସାଧାରଣ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ। ମହିଳା ଜଣକ ନିଜ ପିଲାକୁ ସ୍କୁଲରୁ ଆଣିବାକୁ ଯାଉଥିବା ସମୟରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବା ପରେ ଧୈର୍ଯ୍ୟହରା ହୋଇ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ସିଧାସଳଖ ମନ୍ତ୍ରୀ ଓ ପୋଲିସ କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ମହିଳା ଜଣକ “ଏଠାରୁ ତୁରନ୍ତ ବାହାରିଯାଅ” ବୋଲି କହି ପାଟି କରିବା ସହ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରିବା ଘଟଣାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଓର୍ଲିର ଜାମ୍ବୋରୀ ମଇଦାନ ପରି ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରାଲି ଆୟୋଜନ କରିବା ଯୋଗୁଁ ହଜାର ହଜାର ଲୋକ ଟ୍ରାଫିକରେ ଫସି ରହିଥିଲେ। ମନ୍ତ୍ରୀଙ୍କୁ ସାମ୍ନା କରି ସେ ପାଖରେ ଥିବା ଏକ ଖାଲି ପଡ଼ିଆକୁ ଦେଖାଇ ପ୍ରଶ୍ନ କରିଥିଲେ ଯେ, “ପାଖରେ ଏତେ ବଡ଼ ପଡ଼ିଆ ଥାଉ ଥାଉ ରାସ୍ତା କାହିଁକି ବନ୍ଦ କରାଯାଇଛି?” ମହିଳା ଜଣକ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିବା ସହିତ ହସ୍ତକ୍ଷେପ କରୁଥିବା ପୋଲିସ ଅଧିକାରୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ଏବଂ ବରିଷ୍ଠ ଅଧିକାରୀଙ୍କୁ ଡାକିବାକୁ ଜିଦ୍ ଧରିଥିଲେ। ଏହା ପରେ ପୋଲିସ ମହିଳାଙ୍କୁ ରାସ୍ତା କଡ଼କୁ ନେଇ ବୁଝାସୁଝା କରିଥିଲା। ସୂଚନାଯୋଗ୍ୟ ଯେ, ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପ୍ରତିବାଦରେ ବିଜେପି ପକ୍ଷରୁ ଏହି ”ମହାୟୁତି” ରାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ। ମାତ୍ର ଶୋଭାଯାତ୍ରା ଆରମ୍ଭ ହେବାରେ ବିଳମ୍ବ ଯୋଗୁଁ ସମଗ୍ର ଜିଲ୍ଲାରେ ଟ୍ରାଫିକ୍ ଗତିରୋଧ ହୋଇଥିଲା, ଯାହା ଶେଷରେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking