44.1 C
Bhubaneswar
Wednesday, April 22, 2026
Homeଓଡିଶାଜିଲା କାରାଗାରରୁ କଏଦୀ ଚମ୍ପଟ

ଜିଲା କାରାଗାରରୁ କଏଦୀ ଚମ୍ପଟ

ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଥିଲା। ଗତକାଲି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ଜଣାପଡିଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ର ଯାଞ୍ଚ ପାଇଁ ସନ୍ଧ୍ୟାରେ ଡିଜି ଜିଲା କାରାଗାର ରେ ପହଞ୍ଚିବେ ବୋଲି ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ବର୍ଷ ଏପ୍ରିଲ ୭ ତାରିଖ ଦିନ ଏହି ଜିଲା କାରାଗାର ପାଚେରୀ ଡେଇଁ ଦୁଇ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିଥିଲେ। ସିକନ୍ଦର ଜାଲ ଏବଂ ନୀଳମଣି ବିଭାର ନାମକ ୨ ଜଣ ଯାକ ପୋସ୍କୋ କେସ ରେ ବିଚାରାଧୀନ କଏଦୀ ଭାବେ ସ୍ଥାନୀୟ ଜିଲା କାରାଗାର ରେ ଥିଲେ। ତେବେ ଫେରାର ହେବାର ପରଦିନ ସିକନ୍ଦର କୁ ତା ନିଜ ଗାଁ କାସିବାହାଲ ରୁ ପୁଲିସ ଗିରଫ କରିଥିଲା। ଅଥଚ ଅନ୍ୟତମ ଫେରାର କଏଦୀ ନୂଆପଡ଼ା ଜିଲା ଲଖନା ବାସିନ୍ଦା ନୀଳମଣି ବିଭାରକୁ ଏଯାଏଁ ପୁଲିସ ଧରିବାରେ ସକ୍ଷମ ହୋଇନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking