38.3 C
Bhubaneswar
Saturday, June 20, 2026
Homeଓଡିଶାଆପଣଙ୍କର ଐତିହାସିକ ଜୀବନ-ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି: ମୁଖ୍ୟମନ୍ତ୍ରୀ

ଆପଣଙ୍କର ଐତିହାସିକ ଜୀବନ-ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଟିର ଅନନ୍ୟ ଗୌରବ, ସମଗ୍ର ରାଷ୍ଟ୍ରର ପ୍ରେରଣା ଓ ଅଦମ୍ୟ ସଂକଳ୍ପର ପ୍ରତୀକ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,ଆପଣଙ୍କର ଐତିହାସିକ ଜୀବନ-ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଆମ ମାତୃଶକ୍ତିର ସର୍ବଶ୍ରେଷ୍ଠ ବିଜୟ। ସମସ୍ତ ସଂଘର୍ଷ ଓ ପ୍ରତିକୂଳତାକୁ ପରାହତ କରି ଆପଣ ଯେଉଁ ସୁଦୃଢ଼ ନେତୃତ୍ୱ ଓ ମର୍ଯ୍ୟାଦାର ସହ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିଛନ୍ତି, ତାହା କୋଟି କୋଟି ଭାରତୀୟଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ଆପଣଙ୍କର ସେହି ସହଜ ସରଳତା, ସ୍ନେହପୂର୍ଣ୍ଣ ବ୍ୟକ୍ତିତ୍ୱ ଏବଂ ମାଟି ପ୍ରତି ଥିବା ନିବିଡ଼ ଆତ୍ମୀୟତା ପ୍ରତିଟି ଓଡ଼ିଆଙ୍କ ପାଇଁ ସଦାସର୍ବଦା ଏକ ଶ୍ରେଷ୍ଠ ଆଦର୍ଶ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଜଣେ ସାଧାରଣ ଆଦିବାସୀ ପରିବାରରୁ ଦେଶର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା ସମଗ୍ର ଜାତି ପାଇଁ ପ୍ରେରଣାର ଉତ୍ସ। ଆପଣଙ୍କ ସଂଘର୍ଷମୟ ଜୀବନ, ନିଷ୍ଠା ଓ ସମର୍ପଣ ଆଗାମୀ ପିଢ଼ି ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ କାମନା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking