ଭୁବନେଶ୍ୱର: ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜନଗଣନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ନିଷ୍ପତ୍ତି ନେଇଛି । ଜନଗଣନା ନିର୍ଦ୍ଦେଶକଙ୍କ ସହ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଜନଗଣନା ବେଳେ ସ୍କୁଲ ପାଠପଢାରେ କିପରି ସମସ୍ୟା ନହେବ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଆସିବ ଏସଓପି । ଏନେଇ ରାଜସ୍ୱ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଲେ ରାଜସ୍ୱ ମନ୍ତ୍ରୀ । ଘର ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ସୁରେଶ ପୂଜାରୀ । ହିଟୱେଭ ଏକ ବଡ ସମସ୍ୟା, କର୍ମଚାରୀ ଅସୁସ୍ଥ ହେବା ଖବର ଆସିଛି । ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ଖବର ଆସିଛି । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ ଦାଯିତ୍ୱ କହିଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।










