30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କଲେ ଟ୍ରମ୍ପ

ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କଲେ ଟ୍ରମ୍ପ

ଆମେରିକା: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା କରିଛନ୍ତି ଯେ, ଇରାନ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ସେ ଏହି ଯୁଦ୍ଧବିରତିକୁ ବୃଦ୍ଧି କରୁଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଅପିଲ୍‌ ଉପରେ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି। ଶାହବାଜ ଏବଂ ମୁନିର ତେହେରାନ ନେତୃତ୍ୱ ଏକ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଥିଲେ।ଟ୍ରମ୍ପ ଇରାନକୁ ନିରନ୍ତର ଧମକ ଦେଇ ଆସୁଛନ୍ତି। ସେ କହିଥିଲେ ଯେ ଯଦି କୌଣସି ସମାଧାନ ବିନା ଯୁଦ୍ଧବିରତି ଶେଷ ହୁଏ, ତେବେ ସେ ଇରାନ ଉପରେ ବୋମା ପକାଇବାକୁ ପ୍ରସ୍ତୁତ ଅଛନ୍ତି। ଉଭୟ ଦେଶର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୂଚାଇ ଦେଉଥିଲା ଯେ ଅସ୍ତ୍ରବିରତି ଆଗକୁ ବଢ଼ିବ ନାହିଁ ଏବଂ ମଧ୍ୟପ୍ରାଚ୍ୟ ଖୁବ୍ ଶୀଘ୍ର ବିନାଶ ଭିତରକୁ ଠେଲି ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking