31.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଖାଲି ସମୟ ନରହିଲେ ଜୀବନ ରୋବର୍ଟ ଭଳି ହୋଇଯାଏ : ପ୍ରଧାନମନ୍ତ୍ରୀ ମୋଦୀ

ଖାଲି ସମୟ ନରହିଲେ ଜୀବନ ରୋବର୍ଟ ଭଳି ହୋଇଯାଏ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଚର୍ଯ୍ୟାରୁ ମିଳୁଥିବା ଖାଲି ସମୟ ଏକ ଅବସର ଅଟେ । ଏହି ଖାଲି ସମୟ ନମିଳିଲେ ଜୀବନ ଏକ ରୋବର୍ଟ ଭଳି ହୋଇଯାଏ । ‘ପରୀକ୍ଷା ପେ ଚର୍ଚ୍ଚା’ ରେ ଡିଜିଟାଲ ମାଧ୍ୟମରେ ଛାତ୍ର ଓ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ସମ୍ବୋନ୍ଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-୧୯ କାରଣରୁ ଛାତ୍ର ଛାତ୍ରୀ ଓ ଯୁବକ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି କିନ୍ତୁ ଏହି ମହାମାରୀ ସେମାନଙ୍କୁ ମିଳିତ ପରିବାରର ଶକ୍ତି ଓ ପିଲାମାନଙ୍କ ଜୀବନ ଗଠନରେ ସେମାନଙ୍କର ଭୂମିକାକୁ ହୃଦୟଙ୍ଗମ କରିଛି ।
ପ୍ରଧାନମନ୍ତ୍ରୀଙ୍କୁ ଜଣେ ଛାତ୍ର ପ୍ରଶ୍ନ କରିଥିଲେ ଯେ, ଖାଲି ସମୟରେ କ’ଣ କରିବା ଉଚିତ ? ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦେଇଥିଲେ ଯେ, ଖାଲି ସମୟ ଏକ ସୌଭାଗ୍ୟ ଓ ଅବସର ମଧ୍ୟ । ଏହାକୁ ଖାଲି ଭାବିବା ଉଚିତ ନୁହଁ ।

ସେ ସେମାନଙ୍କର ଭାବନା ଏବଂ ଚିନ୍ତାଧାରାକୁ ପ୍ରକାଶ କରିବାର ସୃଜନଶୀଳ ଉପାୟ ଖୋଜିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ କାରଣ ଜ୍ଞାନର ପରିସର ବେଳେବେଳେ ସୀମିତ କିନ୍ତୁ ସୃଜନଶୀଳତା ମଧ୍ୟ ପିଲାମାନଙ୍କୁ ଜ୍ଞାନଠାରୁ ବହୁ ଉଚ୍ଚକ ନେଇଥାଏ ।  କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହି କାରଣରୁ ଶିଶୁ ଓ ଯୁବକଙ୍କର କ୍ଷତି ବହୁତ ହୋଇଛି । ସେ କହିଛନ୍ତି ଯେ ଯଦି ଆମେ କରୋନା ଅବଧିରେ ବହୁତ କିଛି ହରାଇଛୁ, ତେବେ ଆମେ ବହୁତ କିଛି ହାସଲ କରିଛୁ । ଜୀବନ ପାଇଁ ଏଥିରୁ ଶିଖାଯାଇଥିବା ଶିକ୍ଷା ଆମକୁ ମନେ ରଖିବା ଉଚିତ୍’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking