ନୂଆଦିଲ୍ଲୀ: ୪ ଏପ୍ରିଲ ୨୦୨୩, ମଙ୍ଗଳବାର ଅର୍ଥାତ୍ ଆଜି ମହାବୀର ଜୟନ୍ତୀ ବହୁ ଧୁମଧାମରେ ଦେଶସାରା ପାଳିତ ହୋଇଛି। ଭଗବାନ ମାହାବୀର ଜୈନ ଧର୍ମର ୨୪ତମ ତୀର୍ଥକର ଥିଲେ। ଜୈନ ଧର୍ମର ପୁରାତନ ମାନ୍ୟତା ଅନୁଯାୟୀ, ଭଗବାନ ମହାବୀର ୧୨ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଦୀକ୍ଷା ନେବା ପରେ ଭଗବାନ ମହାବୀର ଦିଗମ୍ବର ସ୍ୱୀକାର କରିଥିଲେ। ଦିଗମ୍ବର ଲୋକମାନେ ଆକାଶକୁ ନିଜର ବସ୍ତ୍ର ମାନିଥାନ୍ତି। ଏହି କାରଣରୁ ସେମାନେ ବସ୍ତ୍ର ଧାରଣ କରିନଥାନ୍ତି।
ମାନ୍ୟତା ଅନୁଯାୟୀ ଖ୍ରୀଷ୍ଟପୂର୍ବ ୫୯୯ ବର୍ଷ ପୂର୍ବରୁ ବିହାରର କୁଣ୍ଡଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସମାଜର କଲ୍ୟାଣ ପାଇଁ ମହାବୀର ପ୍ରବଚନ ଦେବା ସହ ଅନେକ ପ୍ରେରଣା ଦେବା ଭଳି କଥା କହିଛନ୍ତି। ଆଜି ଦିନରେ ଜୈନ ଲୋକମାନେ ଶୋଭାଯାତ୍ରା ବାହାର କରିବା ସହ ମନ୍ଦିରରେ ପାଲିଙ୍କି ସଜାଇଥାନ୍ତି। ମହାବୀର ସ୍ୱାମୀଙ୍କ ଜନ୍ମ ସହିତ ଜଡ଼ିତ କିଛି କଥା- ଭଗବାନ ମହାବୀରଙ୍କ ଜନ୍ମ ରାନୀ ତ୍ରିଶଳା ଓ ରାଜା ସିଦ୍ଧାର୍ଥଙ୍କ ଔରସରୁ ହୋଇଥିଲା। ମହାବୀର ସ୍ୱାମୀ ୩୦ ବର୍ଷ ଆୟୁରେ ସବୁକିଛି ପରିତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗ ଆପଣେଇଥିଲେ।