27.1 C
Bhubaneswar
Tuesday, May 7, 2024
Homeଓଡିଶାକୋକେନ କାହାର:  ପାରାଦୀପ ଆସିଲେ ଦୁଇ ଇଣ୍ଟରପ୍ରିଟର

କୋକେନ କାହାର:  ପାରାଦୀପ ଆସିଲେ ଦୁଇ ଇଣ୍ଟରପ୍ରିଟର

ପାରାଦୀପ: ପାରାଦୀପ ବନ୍ଦରରୁ ମିଳିଥିବା ୨୦୦ କୋଟି ଟଙ୍କାର କୋକେନ୍ କାହାର ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି କୋକେନ୍ ପାରାଦୀପକୁ ଆସିଥିଲା ନା ଏଠାରୁ ବିଦେଶ ଯାଉଥିଲା ତାହାର ଖିଆ ପାଉନି କଷ୍ଟମ୍ସ ବିଭାଗ । ଅନ୍ୟପକ୍ଷରେ କୋକେନ୍ ଜବତ ହୋଇଥିବା ଜାହାଜ ଏମ୍‌ଭି ଦେବୀ କ୍ର‌୍ୟୁ ମେମ୍ବରଙ୍କ ଭାଷା ମଧ୍ୟ କଷ୍ଟମ ଅଧିକାରୀମାନେ ବୁଝି ପାରୁନାହାନ୍ତି । କାରଣ ଜାହାଜ କ୍ର‌୍ୟୁ ସଦସ୍ୟମାନେ ଇଂରାଜି କହିପାରୁନାହାନ୍ତି କି ବୁଝିପାରୁନାହାନ୍ତି । ସେମାନେ କେବଳ ଭିଏତନାମା ଭାଷାରେ କଥା ହେଉଛନ୍ତି । ସେଥିପାଇଁ କଷ୍ଟମ ବିଭାଗ ଅଡୁଆରେ ପଡ଼ିଛି ।

ତେଣୁ ଦୁଇ ଜଣ ଇଣ୍ଟରପ୍ରିଟର ମଗାଇଥିଲା କଷ୍ଟମ ଭାଗ । ଭିଏତନାମା ଭାଷା ଜାଣିଥିବା ଦୁଇ ଅନୁବାଦକ ଆଜି ପାରାଦୀପରେ ପହଞ୍ଚିଥିଲେ । ସେମାନଙ୍କୁ ଧରି କଷ୍ଟମ୍ସ ବିଭାଗ ଅଧିକାରୀମାନେ ଏମ୍‌ଭି ଡେବିଲ ଜାହାଜରେ ପହଞ୍ଚିଛନ୍ତି । ଆଉ ସେମାନଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । କିଛିଦିନ ତଳେ ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଛି ଏମ୍‌ଭି ଦେବୀ ଜାହାଜ । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ପାରାଦୀପ ପୋର୍ଟକୁ ଆସିଥିଲା ।

ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ଡେନମାର୍କ ଅଭିମୁଖେ ଯାଇଥାନ୍ତା । ହେଲେ ତା’ପୂର୍ବରୁ ଜାହାଜ ଭିତରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଦେଖିବାକୁ ମିଳିଥିଲା । ଏହା ପରେ ତତ୍ପର ହୋଇଥିଲା ସିଆଇଏସ୍‌ଏଫ, ପାରାଦୀପ ପୁଲିସ୍‌, ଡଡ୍ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ । ଯାଞ୍ଚ ପରେ କୋକେନ୍ ବୋଲି ଜାଣିବାକୁ ପାଇଥିଲେ । ୨୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ୍ସ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking