31.1 C
Bhubaneswar
Sunday, May 19, 2024
Homeଓଡିଶାଏନ୍‌ସିଆର୍‌ବି ରିପୋର୍ଟରେ ସାଂଘାତିକ ତଥ୍ୟ; ରାଜ୍ୟରେ ଦିନକୁ ଘଟୁଛି ୩୨ ଦୁର୍ଘଟଣା

ଏନ୍‌ସିଆର୍‌ବି ରିପୋର୍ଟରେ ସାଂଘାତିକ ତଥ୍ୟ; ରାଜ୍ୟରେ ଦିନକୁ ଘଟୁଛି ୩୨ ଦୁର୍ଘଟଣା

ଭୁବନେଶ୍ୱର:  ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା ହେଉଛି ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ । ଏନ୍‌ସିଆର୍‌ବି ଦ୍ୱାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେଣ୍ଟସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ । ରିପୋର୍ଟ କହୁଛି, ୨୦୨୨ରେ କେବଳ ଓଭର ସ୍ପିଡିଂ ଯୋଗୁଁ ରାଜ୍ୟରେ ୩ ହଜାର ୬୬୬ ଜଣଙ୍କ ଜୀବନ ଯାଇଛି । ବେପରୁଆ ଗାଡ଼ି ଚାଳନା ୪୪୬ ଜଣଙ୍କ ଜୀବନ ନେଇଥିବା ବେଳେ ଏହାମଧ୍ୟରୁ ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର ୧୨୦ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି ।

ସେହିପରି ଡ୍ରଗ୍ସ ଓ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୩୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଡ଼କ ଭିତ୍ତିଭୂମି ଅଭାବରୁ ୩୪ ଜଣ, ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଯୋଗୁ ୧୩ ଜଣଙ୍କ ମୃତ୍ୟୁହୋଇଛି । ୭୩ଟି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ରାଜ୍ୟରେ ଏଭଳି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁପାଇଁ ପରିବହନ ବିଭାଗକୁ ଦାୟୀ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । ରାଜ୍ୟରେ ଦିନକୁ ଘଟୁଛି ହାରାହାରି ୩୨ଟି ସଡ଼କ ଦୁର୍ଘଟଣା । ଚାଲିଯାଉଛି ୧୫ ଜୀବନ ।  ରିପୋର୍ଟ କହୁଛି,୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ରେ ଏ ସଂଖ୍ୟା ୬.୧୯ ପ୍ରତିଶତ ବଢ଼ି ୧୧ ହଜାର ୬୬୩ରେ ପହଞ୍ଚିଛି ।

ସଡ଼କ ଦୁର୍ଘଟଣାରେ ୨୦୨୧ରେ ୫ ହଜାର ୮୧ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ୨୦୨୨ରେ ଏହା ୭.୬୫ ପ୍ରତିଶତ ବଢ଼ି ୫ ହଜାର ୪୭୦ରେ ପହଞ୍ଚିଗଲାଣି । ରାଜ୍ୟରେ ଦୁଇଚକିଆ ଦୁର୍ଘଟଣାରେ ସର୍ବାଧିକ ୨ ହଜାର ୩୮୪ ଜଣଙ୍କ ଜୀବନ ଯାଇଛି । ପରିବହନ ବିଭାଗ କହିଛି, ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ବଢ଼ୁଛି ଦୁର୍ଘଟଣା । ଅମାନିଆଙ୍କୁ ସାବାଡ଼ କରିବାକୁ ଖୁବ୍‌ଶୀଘ୍ର ରାଜ୍ୟର ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଲାଗୁ ହେବ ଇଣ୍ଟେଲିଜେନ୍ସ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ । ଏହାଛଡ଼ା ଜରିମାନା ଆଦାୟକୁ କଡ଼ାକଡ଼ି କରିବାକୁ ବି ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking