30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଭାରତରେ ମହିଳା ମାନଙ୍କ ପାଇଁ ଆଗାମୀ ୩ ବର୍ଷରେ ଏକ ଲକ୍ଷ ଶିକ୍ଷକତା ପଦବୀ ସୃଷ୍ଟିର...

ଭାରତରେ ମହିଳା ମାନଙ୍କ ପାଇଁ ଆଗାମୀ ୩ ବର୍ଷରେ ଏକ ଲକ୍ଷ ଶିକ୍ଷକତା ପଦବୀ ସୃଷ୍ଟିର ଯୋଜନା : ହ୍ୱାଇଟହାଟ ଜୁନିଅର

ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କୋଡ଼ିଙ୍ଗ ସ୍କୁଲର ବ୍ୟବସ୍ଥା ଯୋଗାଯିବ । ବ୍ରାଜିଲ , ମେକ୍ସିକୋ ଭଳି ଦେଶ ମାନଙ୍କରେ ଏହି ସ୍କୁଲ ସ୍ଥାପନ କରାଯିବାର ଲକ୍ଷ ରହିଛି । ଏହା ସାଙ୍ଗରେ ଗଣିତ ଶିକ୍ଷା ପ୍ରଦାନ କରାଯାଇ ଭାରତରେ ୧ ଲକ୍ଷ ମହିଳାଙ୍କୁ ଆଗାମୀ ୩ ବର୍ଷ ମଧ୍ୟରେ ଶିକ୍ଷକତା ପଦରେ ନିଯୂକ୍ତି ଦିଆଯିବା ପାଇଁ ଯୋଜନା ରହିଛି । ଏନେଇ ପ୍ରେସ ଟ୍ରଷ୍ଟ ଇଣ୍ଡିଆକୁ ଏକ ସାକ୍ଷାତକାରରେ କହିଛନ୍ତି ହ୍ୱାଇଟହାଟ ଜୁନିଅର ସିଇଓ କରନ ବଜାଜ । ସେ କହିଛନ୍ତି ଯେ ବିଶେଷତଃ ଭାରତ , ଆମେରିକା , ଇଂଲଣ୍ଡ , ନ୍ୟୁଜଲ୍ୟାଣ୍ଡ , ଅଷ୍ଟ୍ରେଲିଆ ଭଳି ଦେଶ ଗୁଡ଼ିକରେ ଏହି ଅନଲାଇନ କ୍ଲାସର ଏକ ସଠିକ ଏବଂ ସଫଳ ରୂପାୟନ ହୋଇପାରିଛି । ତେଣୁ ଆଗାମୀ ୧ ମାସ ମଧ୍ୟରେ ଗଣିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବା ସହିତ ୧ ଲକ୍ଷ ପଦବୀ ମହିଳା ମାନଙ୍କ ପାଇଁ ସୃଷ୍ଟି କରାଯିବ । ଏହିଭଳି ଦେଶ ମାନଙ୍କରେ ପ୍ରତିଦିନ ପ୍ରାୟ ୧୧,୦୦୦ ଶିକ୍ଷକଙ୍କ ଠାରୁ ଦେଢ ଲକ୍ଷ ଛାତ୍ରଛାତ୍ରୀ ୪୦୦୦୦ କ୍ଲାସ କରୁଛନ୍ତି । ତେଣୁ ଏହି ଯୋଜନା କରାଯାଉଛି । ଯେଉଁଥିରେ ଆସନ୍ତା ୩ ବର୍ଷ ମଧ୍ୟରେ ଶିକ୍ଷକ ମାନେ ନିଜ ସୁବିଧା ଅନୂସାରେ ଘରେ ରହି ଶିକ୍ଷା ଦେଇ ପାରିବେ ଓ ଯେଉଁଯୋଗ୍ୟ ମହିଳା ମାନେ ପୁର୍ଣ୍ଣ ରୁପେ ଚାକିରୀ ପାଇପାରି ନାହାନ୍ତି ସେମାନେ ମଧ୍ୟ ଚାକିରୀ କରି ରୋଜଗାର କରିପାରିବେ ।
କରନ ବଜାଜ କହିଛନ୍ତି ଏବେ ବ୍ରଜିଲ ଓ ମେସ୍କିକୋରେ ସ୍ଥାନୀୟ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରୀକ୍ଷା କରାଯାଉଛି । ସେମାନେ ସ୍କୁଲ ଗୁଡ଼ିକୁ ମଧ୍ୟ ଏନରୋଲ କରୁଛନ୍ତି ଏହି କୋଡ଼ିଙ୍ଗ ପ୍ରୋଗ୍ରାମ ପାଇଁ ଏବେ ଯାଏଁ ୧୦୦ ଟି ସ୍କୁଲ ଏନରୋଲ ହେଇସାରିଛି ଓ ଏହା ଆଗାମୀ କିଛି ମାସ ମଧ୍ୟରେ ବଢି ୧୦୦୦ ହେବ । ଏଥିରେ ଛାତଛାତ୍ରୀ ଓ ଶିକ୍ଷକ ମାନଙ୍କୁ ତାଲିମ ଦିଆଯାଉଛି । ଆମେ ଏହି କୋଡ଼ିଙ୍ଗ ଯୋଜନା ଦେଶ ବିଦେଶରେ ପ୍ରଚଳିତ କରିବୁ ।
ଏହି କମ୍ପାନୀର ବିକାଶ ଲକଡ଼ାଉନରେ ମଧ୍ୟ ୬୦ ପ୍ରତିଶତ ପତିମାସରେ ବଢି ଚାଲିଥିଲା ଏହାପରେ ୧୦୦କୁ ବୃଦ୍ଧି ହୋଇଛି ଓ ବାର୍ଷିକ ରେଭେନ୍ୟୁ ୧୫୦ ମିଲିୟନ ଡ଼ଲାରରେ ପହଞ୍ଚିଛି । ଏହି ଟ୍ରାଞ୍ଜାକସନ ଦୃତ ଗତିରେ ବଢୁଥିବାରୁ ଏହା ଆଖିଦୃଶିଆ । ବହୁ କମ ସମୟ ମଧ୍ୟରେ ଏହି ପ୍ରଗତି ହୋଇପାରିଛି । କମ୍ପାନୀ ତରଫରୁ ବହୁ ବିଜ୍ଞାପନ ମଧ୍ୟ ଦିଆଯାଉଛି । ଯାହା କିଛି ପରିମାଣରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଯୋଗୀ ନୁହଁ । ଯେଉଁ ଗୁଡ଼ିକ ରବ୍ଧ କରାଯାଇଛି । କାରଣ କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋମଳମତି ଛାତ୍ରଛାତ୍ରୀଙ୍କ ଭବିଶ୍ୟତକୁ ଗଢିବା । ଛାତ୍ରଛାତ୍ରୀ ମାନେ ହିଁ ଦେଶର ଆଗାମୀ ଭବିଶ୍ୟତ । ଏହି କୋଡି଼ଂଙ୍ଗରୁ ଛାତ୍ରଛାତ୍ରୀ ମାନେ ନୂଆ ନୂଆ କ୍ରିଏଟିଭ ଜାଣିପାରିବେ ଓ ନୂତନ ଦିଗରେ ଆଗକୁ ବଢି ପାରିବେ ।
କରନ ବଜାଜ ସେପ୍ଟେମ୍ବର ମାସରେ ପ୍ରଦିପ ପୁନିଆ ଜଣେ ଏକ୍ସ ପ୍ରଡ଼କ୍ଟ ମ୍ୟାନେଜରଙ୍କ ନାଁରେ ଦିଲ୍ଲୀ ହାଇକୋର୍ଟରେ ୨୦ କୋଟି ଟଙ୍କାର ଡ଼ିଫେମେସନ କେସ କରିଥିଲେ । ଆରେପ ଏହା ଥିଲା ସେ ହ୍ୱାଇଟହାର୍ଟର ସର୍ଭର , କଣ୍ଟେଣ୍ଟ ହ୍ୟାକ କରିଥିଲେ । କରନ ବଜାଜଙ୍କ କହିବା ଅନୂସାରେ ବିଧିବଧ , ସଚ୍ଚୋଟତାର ସହିତ କରାଯାଉଥିବା ସମାଲୋଚନା ଗ୍ରହଣୀୟ ଓ ସ୍ୱାଗତଯୋଗ୍ୟ । କିନ୍ତୁ ମିଥ୍ୟା ଆରୋପ , ଗୁଜବ , ଆଦର୍ଶତା ଉପରେ ଅଯଥା ପ୍ରଶ୍ନ ,ମହିଳା ମାନଙ୍କୁ ଅସଦାଚରଣ ଆଦø ଗ୍ରହଣୀୟ ନୁହେଁ । ଏଭଳି ସମାଲୋଚନାକୁ କମ୍ପାନୀ ସ୍ୱାଗତ କରେ ଓ ଏହାକୁ ବଦଳାଇବାକୁ ଚେଷ୍ଟା କରେ । କିନ୍ତୁ ମହିଳା ମାନଙ୍କୁ ଅନୂପଯୁକ୍ତ ବ୍ୟବହାର ଓ କମ୍ପାନୀ ଆକାଉଣ୍ଟକୁ ହ୍ୟାକ କରିବା ଭଳି ଘଟଣା ଓ କାର୍ଯ୍ୟକୁ ଗ୍ରହଣ କରାଯିବ ନାହିଁ କିମ୍ବା ପ୍ରଶୟ ଦିଆଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking