28.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟଘରେ ଲଗାନ୍ତୁ ଏହି ଗଛ, ବଢିବ ଧନ

ଘରେ ଲଗାନ୍ତୁ ଏହି ଗଛ, ବଢିବ ଧନ

ଭୁବନେଶ୍ୱର: ଅନେକ ସମୟରେ ଆମେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଆମକୁ ଉଚିତ ମୂଲ୍ୟ ମିଳିନଥାଏ । ଏଥିପାଇଁ ଆମେ ଯଦି ବାସ୍ତୁ ଶାସ୍ତ୍ରକୁ ନିଜ ଜୀବନରେ ପାଳନ କରିବା, ହୁଏତ ଏହି ସମସ୍ୟାରୁ ଆମେ ମୁକ୍ତି ପାଇପାରିବା । ତାହେଲେ ଚାଲନ୍ତୁ ଜାଣିବା ଆର୍ଥିକ ସଙ୍କଟରୁ ମୁକ୍ତି ଏବଂ ଜୀବନରେ ଶାନ୍ତି ପାଇଁ କିଛି ଟିପ୍ସ ବିଷୟରେ ।
ମନି ପ୍ଲାଣ୍ଟ
ମନି ପ୍ଲାଣ୍ଟ ଗଛକୁ ଘରର ସଠିକ ଦିଗରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ ଦକ୍ଷିଣ ପୂର୍ବ କିମ୍ବା ଆଗ୍ନେୟ କୋଣରେ ଲଗାନ୍ତୁ । ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବା ସହ ସକାରାତ୍ମକ ପ୍ରଭାବ ମଧ୍ୟ ପଡିବ । ଏହାକୁ ସଦାସର୍ବଦା ଘର ଭିତରେ ହିଁ ଲଗାନ୍ତୁ । ବାହାରେ ଲଗାନ୍ତୁ ନାହିଁ ।
ସ୍ନେକ ପ୍ଲାଣ୍ଟ
ଏହି ପ୍ଲାଣ୍ଟର ପତ୍ର ଲମ୍ବା ହେବା ସହିତ ଏହାର ରଙ୍ଗ ସବୁଜ ହୋଇଥାଏ । ଏହାକୁ ଲଗାଇବା ଦ୍ୱାରା ବିଶେଷ ଫାଇଦା ହୋଇଥାଏ । ଘରର ବାୟୁକୁ ଏହା ଶୁଦ୍ଧ କରିବା ସହ ଆର୍ଥିକ ସମସ୍ୟା ଦୂର କରିଥାଏ । ଯଦି ଆପଣ ବ୍ୟବସାୟ କରୁଛନ୍ତି, ତେବେ ଏହାକୁ ନିଶ୍ଚୟ ଲଗାନ୍ତୁ । ବ୍ୟବସାୟ ବୃଦ୍ଧିରେ ଏହା ନିହାତି ଆପଣଙ୍କୁ ସାହାଯ୍ୟ କରିବ ।
ଜେହ ପ୍ଲାଣ୍ଟ
ଏହି ପ୍ଲାଣ୍ଟକୁ ସୌଭାଗ୍ୟ, ସମୃଦ୍ଧି ଓ ସଫଳତାର ପ୍ରତୀକ ବୋଲି କୁହାଯାଏ । ଏହାକୁ ମୁଖ୍ୟତଃ ଘରର ପ୍ରବେଶ ଦ୍ୱାର ନିକଟରେ ଲଗାଇବା ଦରକାର । ଏହାର ପତ୍ରଗୁଡିକ ଅଣ୍ଡାକୃତିର ହୋଇଥାଏ । ଆପଣ ଯଦି ସୌଭାଗ୍ୟ, ସମୃଦ୍ଧି ପ୍ରାପ୍ତ ପାଇଁ ଚାହୁଁଛନ୍ତି, ତେବେ ଏହାକୁ ନିହାତି ଲଗାନ୍ତୁ ।
ଲକି ବମ୍ବୁ ପ୍ଲାଣ୍ଟ
ଏହି ପ୍ଲାଣ୍ଟରୁ କାଚର ଜାରରେ ପାଣିରେ ଭର୍ତି କରି ରଖାଯାଏ । ଏହା ବି ସୌଭାଗ୍ୟ, ସମୃଦ୍ଧି ଓ ଶୁଦ୍ଧତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହା ଯେତେ ବୃଦ୍ଧି ହୁଏ, ସେତେ ଭଲ ବୋଲି ଧରାଯାଏ । ଏହା ଶୁଖିଯିବା ଦୁର୍ଭାଗ୍ୟ ସୂଚକ ହୋଇଥାଏ ।
ଏରକା ପାମ୍‌
ସୌଭାଗ୍ୟ, ଧନ ଓ ସକାରାତ୍ମକ ପ୍ରଦାନକାରୀ ପ୍ଲାଣ୍ଟ ଏହାକୁ କୁହାଯାଏ । ଘରେ ଏବଂ ଘରର ଆଖପାଖରେ ଏହା ସକରାତ୍ମକ ପ୍ରଭାବ ପ୍ରଦାନ କରିଥାଏ । ଏହାକୁ ବି ଆପଣ ଘରେ ଲଗାଇ ସ୍ୱାସ୍ଥ୍ୟ ଓ ସମୃଦ୍ଧି ବୃଦ୍ଧି କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking