37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଅସଦାଚରଣ କରିବାରୁ ଯୁବତୀ କଲେ ଆତ୍ମହତ୍ୟା

ଅସଦାଚରଣ କରିବାରୁ ଯୁବତୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁର ଅଂଚଳରେ ଜଣ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ , ତାକୁ ଲଗାତର ଭାବେ ତିନି ଜଣ ଯୁବକ ଅସଦାଚରଣ କରୁଥିଲେ । ଯେଉଁଥିପାଇଁ ସେ ଅତିଶୟ ହୋଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ୭ ଡିସେମ୍ବରରେ ଉକ୍ତ ଯୁବତୀ ଫାଶୀ ଦେଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ବି ଛାଡିଯାଇଛି । ଯେଉଁଥିରୁ ଜଣାପଡିଛି ଯେ, ସେ ସେନାରେ ଯିବାକୁ ଚାହୁଁଥିଲା । ଏହାଛଡା ସେଥିରେ ସେ ତିନି ଅଭିଯୁକ୍ତଙ୍କ ନାଁ ମଧ୍ୟ ଲେଖିଛି । ପଣ୍ଢରପୁର ଥାନାର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ଭସ୍ମୀ କହିଛନ୍ତି ଯେ, ସେମାନେ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିସାରିଛନ୍ତି । ସୁଇସାଇଡ ନୋଟ ଅନୁସାରେ, ଜଣେ ଆରୋପୀ ଉକ୍ତ ଯୁବତୀର ହାତ ଧରି ଏ ବିଷୟରେ ନକହିବାକୁ ଧମକ ଦେଇଥିଲା । ଯୁବତୀ ଜଣକ ଆତ୍ମହତ୍ୟା କରିବାର ତିନି ଦିନ ପରେ ତାଙ୍କ ପରିବାରକୁ ଏହି ନୋଟ ମିଳିଥିଲା । ସେଥିରେ ସେ ଆହୁରି ମଧ୍ୟ ଲେଖିଥିଲା ଯେ, ସେନାରେ ଯୋଗ ଦେବା ସ୍ୱପ୍ନ ତାର ପୂରଣ ହେବନାହିଁ । କାରଣ ସେ ଆତ୍ମହତ୍ୟା କରିବାକୁ ଯାଉଛି । ନିଜ ଜୀବନ ଶେଷ କରିଥିବାରୁ ସେ ଭାରତ ମାତା ଏବଂ ନିଜ ବାପାମାଙ୍କୁ କ୍ଷମା ମଧ୍ୟ ମାଗିଥିବା ଉଲ୍ଲେଖ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking