30.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗବିପୁଳ ପରିମାଣର ଗୁଟଖା ଜବତ

ବିପୁଳ ପରିମାଣର ଗୁଟଖା ଜବତ

ମାଲକାନଗିରି: ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବେଆଇନ ଭାବେ ଚାଲାଣ ହେବାକୁ ଥିବା ବିପୁଳ ପରିମାଣର ଗୁଟ୍‌ଖା ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ ବହୁଦିନ ହେବ କାଲିମେଳା,ମୋଟୁ ଅଞ୍ଚଳ କୁ ପରିବହନ କରାଯାଉଛି ବୋଲି ପାଟ୍ରୋଲିଙ୍ଗ୍‌ ଡିୟୁଟିରେ ଥିବା ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ଆଧାର କରି ପୁଲିସ ବସ୍‌ଷ୍ଟାଣ୍ଡ୍‌ରେ ଚଢ଼ାଉ କରିଥିଲା। ଗିରଫ ଯାଇଥିବା ବ୍ୟକ୍ତିଦ୍ୱୟ ଗୁଟ୍‌କାର ମାଲିକାନା ଓ ପରିବହନ ସଂକ୍ରାନ୍ତ କୌଣସି ବିଲ୍‌, ଲାଇସେନ୍‌ସ୍‌ କିମ୍ବା ଅନ୍ୟ କିଛି କାଗଜପତ୍ର ଦେଖାଇ ପାରି ନ ପାରିବା ଯୋଗୁଁ ପୁଲିସ୍‌ ଗୁଟ୍‌କା ଏବଂ ଅଟୋରିକ୍ସାକୁ ଜବତ କରିବା ସହ ବ୍ୟକ୍ତିଦ୍ୱୟଙ୍କୁ ଗିରଫ କରିଥିଲା। ସୂଚନା ଆଧାରରେ ଅନ୍ୟ ୫ଟି ସ୍ଥାନରେ ମଧ୍ୟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବେଆଇନ ଗୁଟ୍‌ଖା ଜବତ କରାଯାଇଛି। ଏହି ଗୁଟ୍‌ଖା ବସ୍ତା ସବୁ ବ୍ରହ୍ମପୁର ଓ ଜୟପୁର ଅଞ୍ଚଳରୁ ଆସୁଥିବା ସୂଚନା ମିଳଛି।ଜବତ ହୋଇଥିବା ସମୁଦାୟ ଗୁଟ୍‌ଖା ବସ୍ତାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇପାରେ। ଏହି ଘଟଣାରେ ମାମଲା ରୁଜୁ କରି ପୁଲିସ ସମୁଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଅଦାଲତରେ ହାଜର କରାଇବା ପ୍ରକ୍ରିୟା କରିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking