32.1 C
Bhubaneswar
Thursday, May 9, 2024
Homeସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ-୨୦୨୪ଜାତୀୟ ଯୁବ ଦିବସ କେବେ ଓ କିପରି ଆରମ୍ଭ ହେଲା

ଜାତୀୟ ଯୁବ ଦିବସ କେବେ ଓ କିପରି ଆରମ୍ଭ ହେଲା

ଭୁବନେଶ୍ୱର : ଜାତୀୟ ଯୁବ ଦିବସ ହେଉଛି ଭାରତର ଯୁବକ ଏବଂ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ଯୁବକମାନଙ୍କ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଉତ୍ସର୍ଗ କରିବାର ଆରମ୍ଭ ୧୯୮୪ ରେ ଆରମ୍ଭ ହୋଇଥିଲା । ସେହି ଦିନ ଭାରତ ସରକାର କହିଥିଲେ ଯେ ସ୍ଵାମୀ ବିବେକାନନ୍ଦଙ୍କ ଦର୍ଶନ, ଆଦର୍ଶ ଏବଂ କାର୍ଯ୍ୟ କରିବାର ପଦ୍ଧତି ଭାରତୀୟ ଯୁବକମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉତ୍ସ ହୋଇପାରେ। ସେବେଠାରୁ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ୧୨ ଜାନୁଆରୀରେ ଭାରତୀୟ ଯୁବ ଦିବସ ପାଳନ କରିବାର ଏକ ବିଶେଷ କାରଣ ଅଛି । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ହୋଇଥିଲା । ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରିବାର ତାପର୍ଯ୍ୟ କଣ ରହିଛି ଆସନ୍ତୁ ଜାଣିବା ନିଜର ବିଚାର ଓ ଆଦର୍ଶ ପାଇଁ ପ୍ରସିଧ ସ୍ୱାମୀ ବିବେକାନନ୍ଦ ଧର୍ମ, ଦର୍ଶନ, ଇତିହାସ, କଳା, ସାମାଜିକ ବିଜ୍ଞାନ, ସାହିତ୍ୟ ସବୁଥିରେ ପାରଙ୍ଗମ ଥିଲେ l କେବଳ ଏତିକି ନୁହେଁ ସେ ଭାରତୀୟ ସଂଗୀତର ଜ୍ଞାନୀ ହେବା ସହିତ ଜଣେ ଭଲ ଖେଳାଳି ମଧ୍ୟ ଥିଲେ l ତାଙ୍କର ଏହି ବ୍ୟକ୍ତିତ୍ୱ ଯୋଗୁଁ ସେ ସମଗ୍ର ଯୁବସମାଜ ପାଇଁ ପ୍ରେରଣା ଅଟନ୍ତି l ଏହି ଦିବସର ମୁଖ୍ୟ ଉଦେଶ୍ୟ ହେଲା ଯୁବକ ମାନେ ସମାଜ ପ୍ରତି ଓ ଦେଶ ପ୍ରତି କିଛି କରିବାରେ ଜାଗ୍ରତ ହେବେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking