24.1 C
Bhubaneswar
Thursday, May 9, 2024
Homeଜାତୀୟ ବିଜ୍ଞାନ ଦିବସ-2024କ’ଣ ରହିଛି ଜାତୀୟ ବିଜ୍ଞାନ ଦିବସର ମହତ୍ୱ ……

କ’ଣ ରହିଛି ଜାତୀୟ ବିଜ୍ଞାନ ଦିବସର ମହତ୍ୱ ……

ନୂଆଦିଲ୍ଲୀ : ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ୨୮ ଫେବୃୟାରୀରେ ଭାରତରେ ପାଳନ କରାଯାଏ । ଏହିଦିନ ୧୯୨୮ ମସିହାରେ ନୋବେଲ ବିଜେତା ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଶେଖର ଭେଙ୍କଟ ରମଣ, ରମଣ ଇଫେକ୍ଟ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଯୋଗୁଁ ତାଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ମିଳିଥିଲା ।୧୯୮୬ ମାସିଆହାରେ ଏନସିଏସଟିସି ସରକାରଙ୍କୁ ୨୮ ଫେବୃଆରୀକୁ ଜାତୀୟ ବିଜ୍ଞାନ ଦିବସ ଘୋଷଣା କରିବାକୁ କହିଥିଲେ । ସେହି ଘଟଣାଟି ଏବେ ଦେଶରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ବିଶ୍ୱବିଦ୍ୟାଳୟରେ, ଗବେଷଣାଗାରରେ ପାଳିତ ହେଉଛି । ପ୍ରଥମ ବିଜ୍ଞାନ ଦିବସ, ୧୯୮୭ ମସିହାରେ ହୋଇଥିଲା । ଏହି ଦିନ ଜାତୀୟ ବିଜ୍ଞାନ ଲୋକୀକରଣ ପୁରସ୍କାର ଦିଆହୋଇଆସୁଅଛି ।ଏହି ଦିବସରେ ସାର୍ବଜନିକ ଭାଷଣ, ରେଡ଼ିଓ, ଟେଲିଭିଜନ, ବିଜ୍ଞାନ ଭିତ୍ତିକ ସିନେମା, ବିଜ୍ଞାନ ମେଳା, ରାତ୍ର ଆକାଶକୁ ଦେଖିବା, ଚଳନ୍ତା ପ୍ରକଳ୍ପ, ବକ୍ତୃତା ପ୍ରତିଯୋଗିତା, ଗବେଷଣା ପ୍ରଦର୍ଶନ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଦି ହୋଇଥାଏ । ଦୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ଜାଣିବାକୁ ଏବଂ ଜଣେଇବାକୁ ଏହି ଦିବସ ପାଳନ କରାଯାଇଥାଏ । ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର, ଆଲୋଚନା ଆଦି କରିବାକୁ ମଧ୍ୟ ଏହି ଦିବସ ଆୟୋଜନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking