29.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଜିବି ହ୍ୱାଟସଆପ କ'ଣ

ଜିବି ହ୍ୱାଟସଆପ କ’ଣ

ନୂଆଦିଲ୍ଲୀ: ବର୍ତମାନ ସମୟରେ ଜିବି ହ୍ୱାଟସଆପ ବିଷୟରେ ଶୁଣିବାକୁ ମିଳୁଛି । ତେବେ କଣ ଏହି ଜିବି ହ୍ୱାଟସଆପ । ଏମିତି ଶୁଣଇବାକୁ ମିଳୁଛି ଯେ, ଏହା କାଫି ଖତରନ୍ଧଳ । ତେବେ ଏହା ହେଉଛି ହ୍ୱାଟସଆପର କ୍ଲୋନ । କିମ୍ବା ଏହା ହ୍ୱାଟସଆପର ଫୋର୍କ୍ ଭର୍ସନ ବୋଲି ବି କୁହାଯାଇପାରିବ । ଏଥିରେ ବି ଉପବୋକ୍ତା ଚାଟିଂ, କଲିଂ ଆଜି କରିପାରିବେ । ଯେମିତି ହ୍ୱାଟସଆପରେ କରନ୍ତି । ଜିବି ହ୍ୱାଟସଆପ ଗ୍ରାହକଙ୍କୁ କଷ୍ଟମାଇଜେସନ ସୁବିଧା ଦିଏ । ଏଥିରେ କିଛି ଅତିରିକ୍ତ ଫିଚର୍ସ ବି ଦିଆଯାଇଛି । ଯାହା ଏହାର ବ୍ୟବହାରକୁ ଆହୁରି ବି ସହଜ କରେ । ତେବେ ଏହି ଆପ୍ ବ୍ୟବହାରକାରୀଙ୍କ  ଅତି ଗୋପନ ତଥ୍ୟ ପାଇଁ ବିପଦପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ ।
ପ୍ରଥମ କଥା ହେଲା, ଯଦି ଆପଣ ଜିବି ହ୍ୱାଟସଆପ ବ୍ୟବହାର କରିବେ, ତେବେ ଆପଣଙ୍କ ଅରିଜିନାଲ ହ୍ୱାଟସଆପ ଆକାଉଣ୍ଟ ବ୍ଲକ ହୋଇପାରେ । ଏହି କ୍ଲୋନ ଆପ ବ୍ୟବହରାକାରୀଙ୍କ ତଥ୍ୟ ଚୋରାଏ । ତେବେ ଗୁଗୁଲ ପ୍ଲେ  ଷ୍ଟୋରରେ ଏହା ଆପ୍ ଉପଲବ୍ଧ ନାହିଁ । ଏହାକୁ ଡାଉନଲୋଡ କରିବା ପାଇଁ ଏହାର ଏହାର ଏପିକେ ଫାଇଲକୁ ଡାଉନଲୋଡ କରିବାକୁ ପଡେ, ଯାହା ସୁରକ୍ଷିତ ବିକଳ୍ପ ନୁହେଁ । କେବଳ ହ୍ୱାଟସଆପ ନୁହେଁ, ଅନ୍ୟ କୌଣସି ଆପକୁ ବି କେବଳ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ । କାହାର ଏପିକେ ଫାଇଲ ଡାଉନଲୋଡ କରନ୍ତୁନି । ଏହା ବିପଦଜନକ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking