34.1 C
Bhubaneswar
Wednesday, May 1, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗ, ଆସାମରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ

ପଶ୍ଚିମବଙ୍ଗ, ଆସାମରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ

କୋଲକାତା : ଆଜି ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜଣାପଡିଛି । ଏଥିପାଇଁ ସଂପୃକ୍ତ ନିର୍ବାଚନମଣ୍ଡଳୀରେ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇସାରିଛି । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଓ ଆସାମର ୪୭ଟି ଆସନରେ ଭୋଟଗ୍ରହଣ କରାଯାଉଛି । ପଶ୍ଚିମବଙ୍ଗରେ ୧୯୧ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ୭୩ ଲକ୍ଷ ଭୋଟର ପ୍ରଥମ ପର୍ଯ୍ୟାୟରେ ମତଦାନ କରିବାକୁ ଯାଉଛନ୍ତି । ଏହି ପର୍ଯ୍ୟାୟରେ ୧୦,୨୮୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସିଆର୍‌ପିଏଫ୍‌ର ୬୮୪ କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି ।

ଏହାବ୍ୟତୀତ ନିର୍ବାଚନ ପରିଚାଳନାରେ ରାଜ୍ୟ ପୁଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ପୁରୁଲିଆ, ବାଙ୍କୁଡା, ଝାଡଗ୍ରାମ, ପଶ୍ଚିମ ଓ ପୂର୍ବ ମେଦିନିପୁର ଜିଲ୍ଲାର ଏକାଧିକ ଆସନ ଅନ୍ତର୍ଭୁକ୍ତ । ୩୦ ମଧ୍ୟରୁ କ୍ଷମତାସୀନ ତୃଣମୂଳ କଂଗ୍ରେସ ଓ ବିଜେପି ୨୯ଟି ଆସନରେ ପ୍ରାର୍ଥୀ ଛିଡା କରିଥିବାବେଳେ  ବାମଦଳ-କଂଗ୍ରେସ ମେଣ୍ଟ ସମସ୍ତ ୩୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଝାଡଗ୍ରାମର ପ୍ରତ୍ୟେକ ବୁଥ୍‌ରେ ସର୍ବାଧିକ ୧୧ ଜଣ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ଝାଡଗ୍ରାମର ସମସ୍ତ ୧୩୦୭ଟି ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ଏଥିପାଇଁ ୧୪୪ କମ୍ପାନୀ ଯବାନ ସୁରକ୍ଷା ଦାୟିତ୍ୱ ତୁଲାଇବେ । ପୁରୁଲିଆ ପାଇଁ ୧୮୫, ପୂର୍ବ ମେଦିନିପୁର ପାଇଁ ୧୪୮, ପଶ୍ଚିମ ମେଦିନିପୁର ପାଇଁ ୧୨୪ କମ୍ପାନୀ ଯବାନ ମୁତୟନ କରାଯାଇଛି ବୋଲି ନିର୍ବାଚନ କମିଶନ ଜଣାଇଛନ୍ତି।

ଅପରପକ୍ଷରେ ଆଜି ଆସାମ ବିଧାନସଭାର ୧୨୬ ମଧ୍ୟରୁ ୪୭ଟି ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୨୬୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ପ୍ରାୟ ୮୧ ଲକ୍ଷ ଭୋଟର ମତଦାନ କରିବାକୁ ଯାଉଛନ୍ତି । ୧୨ଟି ଜିଲ୍ଲାରେ ମୋଟ ୧୧୫୩୭ଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking