39.8 C
Bhubaneswar
Thursday, April 18, 2024
Homeଓଡିଶାମହିଳାଙ୍କୁ ଦୁଷ୍କର୍ମ ବେଳେ ପହଞ୍ଚିଗଲେ ସ୍ୱାମୀ, ତା’ପରେ....

ମହିଳାଙ୍କୁ ଦୁଷ୍କର୍ମ ବେଳେ ପହଞ୍ଚିଗଲେ ସ୍ୱାମୀ, ତା’ପରେ….

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ବସ୍ତିରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଜଣେ ଯୁବକ ତାଙ୍କୁ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିବାବେଳେ ମହିଳାଙ୍କ ସ୍ୱାମୀ ପହଞ୍ଚିଯାଇଥିଲେ । ପରେ ସମ୍ପୃକ୍ତ ଯୁବକ ଘଟଣାସ୍ଥଳରୁ  ଚପଲ ଛାଡ଼ି ପାଚେରି ଡେଇଁ ଫେରାର ହୋଇଯାଇଛନ୍ତି । ଏନେଇ ପୀଡ଼ିତା ମହିଳା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ସୂଚନା ଅନୁଯାୟୀ, ପୀଡିତା ମହିଳା ସ୍ୱାମୀଙ୍କ ସହ ହଳଦୀପଡିଆ ବସ୍ତିରେ ରୁହନ୍ତି । ଗତ ଗୁରୁବାର ରାତି ସାଢ଼େ ୧୧ଟାବେଳେ ସେ ଘରେ ଏକୁଟିଆ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଛୋଟୁପ୍ରସାଦ ନାମକ ଜଣେ ଯୁବକ ତାଙ୍କ ଘର ପଛ କବାଟ ଖୋଲି ଭିତରକୁ ପ୍ରବେଶ କରିଥିଲେ। ପରେ ମହିଳାଙ୍କୁ ଜୋର୍‌ଜବରଦସ୍ତ ମାଡିବସି ଦୁଷ୍କର୍ମ କରିଥିଲେ । ମହିଳା ଏହାକୁ ବିରୋଧ କରିବାରୁ  ଯୁବକ ଜଣଙ୍କ ଗାଳିଗୁଲଜ କରିବା ସହ ନିଜକୁ ସ୍ଥାନୀୟ ଅଞ୍ଚଳର ଦାଦା ବୋଲି କହିଥିଲା ।

କିଛି ସମୟ ପରେ ଘରେ ମହିଳାଙ୍କ ସ୍ୱାମୀ(୫୮) ପହଞ୍ଚିଯାଇଥିଲେ । ପତ୍ନୀକୁ ଜଣେ ଯୁବକ ଜୋର୍ ଜବରଦସ୍ତ ଦୁଷ୍କର୍ମ କରୁଥିବା ଦେଖି ତାଙ୍କ ମୁଣ୍ଡରେ ପିତ ଚଢ଼ିଯାଇଥିଲା । ଏହାପରେ ସେ ଯୁବକକୁ  ଧରି ନିସ୍ତୁକ ମାଡ଼ ମାରିଥିଲେ । ହେଲେ ଏତିକିବେଳେ ସେ କୌଶଳକ୍ରମେ ଘରର ପାଚେରି ଡେଇଁ ସେଠାରୁ ଖସି ପଳାଇଯାଇଥିଲା । ଦୁର୍ଭାଗ୍ୟବଶତଃ ତା’ ଚପଲ ଆଣିବାକୁ ଭୁଲିଯାଇଥିଲା । ଏହାପରେ ବିଳମ୍ବିତ ରାତିରେ ମହିଳାଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଯୁବକର ଚପଲକୁ ଜବତ କରିଥିଲା । ଏହାପରେ ସମ୍ପୃକ୍ତ ମହିଳାଙ୍କୁ ଡାକ୍ତରୀ ମାଇନା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking