31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି । ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଟୁଇଟ୍ କରି ସୂଚନା ଦେଇଛି । ଦଳ ଟ୍ୱିଟ୍ କରି କହିଛି ଯେ “ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ।” ଏସଏସକେଏମ ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦକ୍ଷିଣ କୋଲକାତାର ବାଲିଗଞ୍ଜ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରୁ ନିଜ ବାସଭବନକୁ ଫେରିବାର କିଛି ସମୟ ପରେ ଏହି ଦୁର୍ଘଟଣା ହୋଇଥିଲା । ସେ ନିଜ ବାସଭବନରେ କୌଣସି କାରଣରୁ ଖସିପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking