26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶକବାବ୍ ଆଣିବାକୁ ଯାଇ ୧୦ କୋଟିର ମାଲିକ ହୋଇ ଘରକୁ ଫେରିଲେ !

କବାବ୍ ଆଣିବାକୁ ଯାଇ ୧୦ କୋଟିର ମାଲିକ ହୋଇ ଘରକୁ ଫେରିଲେ !

ବ୍ରିଟେନ:କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥା’ନ୍ତି । କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ । ଆଉ ରାତାରାତି ବଦଳି ଯାଏ ଭାଗ୍ୟ । ବ୍ରିଟେନରେ ଜଣେ ବସ୍ ଡ୍ରାଇଭରଙ୍କ ଏପରି କିଛି ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଚିକେନ କବାବ୍ କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ । କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ । କିଭଳି ଭାବେ ସେ ଏହି ଟଙ୍କାକୁ ଖର୍ଚ୍ଚ କରିବେ ଏସମ୍ପର୍କରେ ସେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ବ୍ରିଟେନର ଲିସେସ୍ଟରରେ ଏହି ଘଟଣା ଘଟିଛି । ରିପୋର୍ଟ ଅନୁସାରେ, ୫୧ ବର୍ଷୀୟ ଏହି ବସ୍ ଡ୍ରାଇଭରଙ୍କ ନାଁ ସ୍ଟିଭ୍ ଗୁଡ୍‌ଭିନ୍ । ଯାତ୍ରା କରୁଥିବା ବେଳେ ସେ ଏକ କବାବ୍ ଦୋକାନ ବାହାରେ ଛିଡ଼ା ହୋଇଥିଲେ । କବାବ୍ ପ୍ରସ୍ତୁତ ହେବା ଭିତରେ ସମୟ ଅତିବାହିତ ପାଇଁ ସେ ନିକଟରେ ଥିବା ଅନ୍ୟ ଏକ ଦୋକାନରୁ ନ୍ୟାସନାଲ୍ ଲଟେରୀର ଏକ ଟିକେଟ୍ କିଣିଥିଲେ । ପରେ ଜଣା ପଡ଼ିଥିଲା ସେ ଏହି ଲଟେରୀ ଜିତିଛନ୍ତି ଓ ୧ ମିଲିୟନ ପାଉଣ୍ଡ(୧୦ କୋଟି ୨୫ ଲକ୍ଷ ଟଙ୍କା)ର ବିଜେତା ହୋଇଛନ୍ତି । କୋଟିପତି ହେବା ପରେ ସ୍ଟିଭ୍‌ଙ୍କ ଆଖିରେ ଖୁସିରେ ଲୁହ ଆସି ଯାଇଥିଲା ।

ସେ କହିଛନ୍ତି, ‘ଅର୍ଡର ଦେଇ କବାବ୍ ଦୋକାନ ବାହାରେ ଛିଡ଼ା ହୋଇଥିଲି । ଚା’ ଓ ଖାଇବାର ଅପେକ୍ଷା କରିଥିଲି । ଏହି ସମୟରେ ଅଚାନକ୍ ମୁଣ୍ଡକୁ ଏମିତି ଆସିଲା ଓ ପାଖ ଦୋକାନରୁ ଏକ ଲଟେରୀ ଟିକେଟ୍ କିଣିଥିଲି । ଯାହାପରେ ମୋ ଭାଗ୍ୟ ବଦଳାଇ ଦେଇଥିଲା ।’ ‘ଏହି ଟଙ୍କାରେ ପ୍ରଥମେ ଏକ ନୂଆ ଘର କିଣିବି । ପରେ ପାର୍ଟନରଙ୍କୁ ବିଦେଶ ଗସ୍ତରେ ନେବି’ ବୋଲି ସ୍ଟିଭ୍ କହିଛନ୍ତି । ସେ ଆହୁରି କହିଛନ୍ତି, ‘ମୋ ଲଟେରୀ ଟିକେଟ୍ ନମ୍ବର ୭୩ ଥିଲା । କେବିବି ସ୍ୱପ୍ନରେ ଭାବି ନଥିଲି ଏତେ ଟଙ୍କାର ଲଟେରୀ ଜିତିବି । ହେଲେ ଯେତେବେଳେ ଲଟେରୀ ଅଫିସର କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲି, ଏହା ଜାଣିବା ପରେ ମୋର ହୋସ୍ ଉଡ଼ି ଯାଇଥିଲା । ଆଉ ଗୋଟିଏ ଝଟ୍‌କାରେ ୧୦ କୋଟିରୁ ଅଧିକ ଟଙ୍କା ଜିତି ଯାଇଥିଲି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking