29.1 C
Bhubaneswar
Monday, May 6, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌କୁ ଇଞ୍ଚେ ଜାଗା ଦେବୁନି:ଜେଲେନ୍‌ସ୍କି

ରୁଷ୍‌କୁ ଇଞ୍ଚେ ଜାଗା ଦେବୁନି:ଜେଲେନ୍‌ସ୍କି

କିଭ୍‌: ଆକ୍ରମଣକାରୀ ରୁଷ୍ ସେନା ହାତରେ ଦେଶର କୌଣସି ଗୋଟିଏ ବି ଭାଗ ଟେକିଦେବୁ ନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି । ଏକ ସାକ୍ଷାତ୍‌କାର ଅବସରରେ ଜେଲେନ୍‌ସ୍କି ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଯୁଦ୍ଧରେ ଆମେ ବହୁ ଜନଜୀବନ ହରାଇସାରିଛୁ, ତେଣୁ ଶେଷ ପର୍ଯ୍ୟନ୍ତ ଦୃଢ଼ତାର ସହ ଲଢ଼େଇ କରିବୁ । ଶାନ୍ତି ଆଲୋଚନା ବେଳେ ଯଦି ଏହିପରି ଚାପ ସୃଷ୍ଟି କରାଯାଏ ପ୍ରଶ୍ନରେ ଜେଲେନ୍‌ସ୍କି କହିଥିଲେ, ନିଶ୍ଚିତ ଭାବେ ଆଲୋଚନା ସମୟରେ ଏହି ପ୍ରସଙ୍ଗ ଉଠାଯିବ । କ୍ରିମିଆକୁ ରୁଷ ନିଜ କ୍ଷେତ୍ର ଭାବେ ମାନ୍ୟତା ଦେବାକୁ ସର୍ବଦା କହିଆସୁଥିବା ବେଳେ ମୁଁ ଏହାକୁ କଦାପି ମାନ୍ୟତା ଦେବି ନାହିଁ । ପ୍ରକୃତରେ ଆମ ଦେଶର ଦକ୍ଷିଣାଞ୍ଚଳ ହାତେଇବାକୁ ରୁଷ୍ ଇଚ୍ଛୁକ । ଆଲୋଚନା ବେଳେ ଉହି ଦାବି ନିଶ୍ଚିତ ଭାବେ ଉଠାଯିବ । ତେବେ ଆମେ ପ୍ରଥମରୁ କହିଆସୁଛି ଯେ ଦେଶର କୌଣସି ଅଂଶ ଛାଡ଼ିବାକୁ ରାଜିନାହୁଁ । ଯଦି ପୂର୍ବରୁ ଆମ ଅଞ୍ଚଳ ଛାଡ଼ିବାକୁ ରାଜି ହୋଇଥାନ୍ତୁ, ତେବେ ଯୁଦ୍ଧ ହୋଇ ନଥାନ୍ତା ବୋଲି ଜେଲେନ୍‌ସ୍କି କହିଥିଲେ । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌କୁ ସୁରକ୍ଷିତ ଭାବେ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅନ୍ତର୍ଜାତୀୟ ସଂସ୍ଥାଙ୍କ ପାଇଁ ଏକ ବିଶେଷ ଆକାଉଣ୍ଟ୍ ଖୋଲିଛି । ଆଇଏମ୍‌ଏଫ୍ ମାଧ୍ୟମରେ ୧ ବିଲିୟନ୍ କାନାଡା ଡଲାର୍ ପ୍ରଦାନ ପାଇଁ କାନାଡା ସରକାର ପ୍ରସ୍ତାବ ଦେବା ପରେ ଆଇଏମ୍‌ଏଫ୍ ଶୁକ୍ରବାର ଏହି ନୂଆ ଆକାଉଣ୍ଟ୍ ଖୋଲିବାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ୟୁକ୍ରେନ୍‌ର ବଜେଟ୍ ଆବଶ୍ୟକତା ଏବଂ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଅନୁଦାନ ଓ ଋଣ ପ୍ରଦାନ ପାଇଁ ଏହି ଆକାଉଣ୍ଟ୍ ଦାତାମାନଙ୍କୁ ଅନୁମତି ଦେବ । ୟୁକ୍ରେନ୍ ଅର୍ଥ ମନ୍ତ୍ରୀ ଆଇଏମ୍‌ଏଫ୍‌ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking