30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଔଷଧ ଅଭାବରୁ ଶ୍ରୀଲଙ୍କାରେ ସର୍ଜରୀ ବନ୍ଦ

ଔଷଧ ଅଭାବରୁ ଶ୍ରୀଲଙ୍କାରେ ସର୍ଜରୀ ବନ୍ଦ

କଲମ୍ବୋ : ଗଭୀର ଆଥିର୍କ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିବା ଅବସ୍ଥାକୁ ଆସିଯାଇଛି । ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ଏବଂ ଡାକ୍ତରୀ ଉପକରଣ ଅଭାବରୁ ଦେଶରେ ସର୍ଜରୀ ବାତିଲ କରିବାକୁ ପଡ଼ୁଛି । ଗୁରୁତ୍ୱପୂର୍ଣ୍ଣ ଇଞ୍ଜେସନ୍‌ର ଅଭାବ ଯୋଗୁଁ ରାଜଧାନୀ କଲମ୍ବୋର ଜଣେ ୫୮ ବର୍ଷୀୟା କ୍ୟାନ୍‌ସର୍ ପୀଡ଼ିତା ମହିଳାଙ୍କ ସର୍ଜରୀ ବନ୍ଦ ରହିଛି । ରୋସାନେ ୱାଇଟ୍ ନାମକ ସମ୍ପୃକ୍ତ ମହିଳା ଆଠବର୍ଷ ତଳେ କ୍ୟାନ୍‌ସର୍‌ରେ ପୀଡ଼ିତ ଥିବା ଚିହ୍ନଟ ହେବା ସହ ଗୋଟିଏ କିଡ୍‌ନୀ ହରାଇଥିଲେ । ପାଞ୍ଚବର୍ଷ ପରେ ପୁଣିଥରେ କ୍ୟାନ୍‌ସର ଦେଖାଦେବା ପରେ କଲମ୍ବୋର ଜଣେ ଅନ୍‌କୋଲଜିଷ୍ଟ ତାଙ୍କୁ ଚିକିତ୍ସା କରିଥିଲେ ଏବଂ ଗତବର୍ଷ ମେ’ ମାସରେ ତାଙ୍କୁ ବେଭାଜିଜୁମାବ ନାମକ ଏକ ଇଞ୍ଜେକ୍‌ସନ୍ ଦେଇଥିମଲେ, ଯାହା ତାଙ୍କ ଉପରେ କାର୍ଯ୍ୟ କରିଥିଲା । ସରକାରଙ୍କ ସାମୁହିକ ସ୍ୱାସ୍ଥ୍ୟସେବା ସିଷ୍ଟମ୍ ମାଧ୍ୟମରେ ଏହି ଇଞ୍ଜେକ୍‌ସନ୍ ତାଙ୍କୁ ଡାକ୍ତରଖାନାରୁ ମାଗଣାରେ ମିଳିଥିଲା । ମାତ୍ର ଏବେ ସରକାରୀ ଡାକ୍ତରଖାନାରେ ଏହି ଇଞ୍ଜେକ୍‌ସନ୍‌ର ଅଭାବ ଦେଖା ଦେଇଛି । ଶୀଲଙ୍କା ଅର୍ଥରେ ଏହି ଇଞ୍ଜେକ୍‌ସନ୍‌ର ପ୍ରତି ଡୋଜ୍‌ର ବଜାର ମୂଲ୍ୟ ୧୧୩,୦୦୦ (୩୫୯ ଡଲାର୍‌) ହୋଇଥିବା ବେଳେ ୧୩ ରାଉଣ୍ଡ୍ ଚିକିତ୍ସାରେ ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିଥିବା ହ୍ୱାଇଟ୍‌ଙ୍କ ହାତ ଏବେ ଖାଲି ବୋଲି କହିଛନ୍ତି । କିଛିଦିନ ତଳେ ଶ୍ରୀଲଙ୍କା ମେଡିସିନ୍ ଆସୋସିଏସନ୍ (ଏସ୍‌ଏଲ୍‌ଏମ୍‌ଏ) ଦେଶରେ ଏ ସମ୍ପର୍କରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେଙ୍କୁ ଆଗୁଆ ସତର୍କ କରାଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking