29.1 C
Bhubaneswar
Thursday, April 25, 2024
Homeଓଡିଶାଏପ୍ରିଲ୍ ୨୦ରେ ଧାମନଗର ଏନଏସି ଉପାଧ୍ୟକ୍ଷ ନିର୍ବାଚନ

ଏପ୍ରିଲ୍ ୨୦ରେ ଧାମନଗର ଏନଏସି ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୦ ତାରିଖରେ ଧାମନଗର ଏନଏସିରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଜି ବିଜ୍ଞପ୍ତିରେ ଜଣାଇଛନ୍ତି । ଏନଏସି ଅଧ୍ୟକ୍ଷା ଆସନ୍ତାକାଲି ଏଥିପାଇଁ ବିଧିବଦ୍ଧ ବିଜ୍ଞାପନ ଜାରି କରିବେ । ଏହାପରେ ୨୦ ତାରିଖ ଦିନ ୧୦ଟାରୁ ୩ଟା ୩୦ ମଧ୍ୟରେ ନାମାଙ୍କନ ଦାଖଲ, ଯାଞ୍ଚ, ଯଦି ଆବଶ୍ୟକ ପଡ଼େ ଭୋଟିଂ ଏବଂ ସେହିଦିନ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ପ୍ରକାଶ ଯେ ନିକଟରେ ଏପ୍ରିଲ୍ ୭ ତାରିଖରେ ରାଜ୍ୟବ୍ୟାପୀ ପୌର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାମନଗରରେ କିନ୍ତୁ ହୋଇପାରିନଥିଲା । ଏହାର କାରଣ ହେଉଛି, ଗତ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ ମହାନଗର ନିଗମରେ ପୌର ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ଧାମନଗର ଏନଏସିରେ ସେହିଦିନ ଗଣ୍ଡଗୋଳ ଓ ଛୁରାମାଡ଼ ଘଟଣା ସକାଶେ ସବୁ ୱାର୍ଡ଼ରେ ଭୋଟଗ୍ରହଣ ହୋଇପାରିନଥିଲା । ନିକଟରେ ଏପ୍ରିଲ୍ ୫ ତାରିଖରେ ଭୋଟଗ୍ରହଣ ହୋଇନଥିବା ବୁଥ୍‌ରେ ପୁନଃ ମତଦାନ ପ୍ରକ୍ରିୟା କରାଯାଇ ୬ ତାରିଖରେ ଫଳାଫଳ ପ୍ରକାଶ ପାଇଛି । ଏଣୁ ଏହାର ଦିନକ ପରେ ଅର୍ଥାତ୍ ଏପ୍ରିଲ୍ ୭ ତାରିଖରେ ଉପାଧ୍ୟକ୍ଷ ବାଛିବା ସମ୍ଭବପର ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking