34.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟତରଭୂଜ ମଞ୍ଜିରୁ ମିଳିବ ଅନେକ ଫାଇଦା , ଜାଣନ୍ତୁ

ତରଭୂଜ ମଞ୍ଜିରୁ ମିଳିବ ଅନେକ ଫାଇଦା , ଜାଣନ୍ତୁ

ତରଭୂଜ କେବଳ ସ୍ୱାଦରେ ଭଲ ନୁହେଁ ବରଂ ଗରମରେ ମଧ୍ୟ ଶରୀର କୁ ଥଣ୍ଡା ରଖିଥାଏ । ତରଭୂଜର ଉପକାର ବିଷୟରେ ଆପଣ ସମସ୍ତେ ଅଳ୍ପ ବହୁତ କିଛି ନା କିଛି ନିହାତି ଜାଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି ତରଭୂଜ ମଞ୍ଜି ବି ଆପଣ ଙ୍କ ପାଇଁ ଫାଇଦା ଆଣି ପାରିବ । ତରଭୂଜ ମଂଜିରୁ ଆପଣ ଅନେକ ଲାଭ ଉଠାଇ ପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତରଭୂଜ ଖାଇବା ସମୟରେ ଆମେ ଯେଉଁ ମଞ୍ଜି କୁ ଫୋପାଡି ଦେଉଛେ , ତାହା କିନ୍ତୁ ପ୍ରକୃତ ରେ ଶରୀର ପାଇଁ ଉପଯୋଗୀ ।ତେବେ ଚାଲନ୍ତୁ ଜାଣିବା ତରଭୂଜ ମଞ୍ଜିର ଉପକାରିତା ବିଷୟରେ –
୧- ତରଭୂଜ ମଞ୍ଜିରେ ଆଇରନ , ମ୍ୟାଗ୍ନେସିୟମ, ଜିଙ୍କ ରହିଛି । ୪ ଗ୍ରାମ ମଞ୍ଜିରେ ପାଖା ପାଖି ୦.୨୯ ମିଲିଗ୍ରାମ ଆଇରନ, ୨୧ ଗ୍ରାମ ଆଇରନ ରହିଛି । ଏହି ସବୁ ପୋଷକ ତତ୍ତ୍ୱ ଦ୍ୱାରା ଶରୀରକୁ ଫାଇଦା ମିଳିପାରିବ ।
୨- କମ କ୍ୟାଲୋରୀ ପାଇଁ ଶରୀରର ଓଜନ କମାଇବାରେ ମଞ୍ଜି ମଧ୍ୟ ସହାୟକ ହୁଏ ।ମୋଟାପା କୁ କମାଇବା ଦ୍ୱାରା ଆପଣ ଅନେକ ରୋଗରୁ ମଧ୍ୟ ମୁକ୍ତି ପାଇ ପାରିବେ ।
୩- ବ୍ଲଡ ସୁଗାର କଣ୍ଟ୍ରୋଲ ଏବଂ ଇନସୁଲିନ ରେଜିଷ୍ଟେନସ ପାଇଁ ତରଭୂଜ ମଞ୍ଜିକୁ ବହୁଳ ମାତ୍ରା ରେ ବ୍ୟବହାର କରାଯାଇଥାଏ ।
୪- ମ୍ୟାଗ୍ନେସିୟମ, ଆଣ୍ଟି ଅକ୍ସିଡେଣ୍ଡ ଏବଂ ଜିଙ୍କ ପରି ପୋଷକ ତତ୍ୱ ପାଇଁ ତରଭୂଜ ର ମଞ୍ଜି ସ୍କିନ ବା ତ୍ୱଚା ପାଇଁ ଅନେକ ଉପକାରୀ ହୋଇଥାଏ । ତରଭୂଜ ମଞ୍ଜି ରୁ ବାହାରୁ ଥିବା ତେଲକୁ ମଧ୍ୟ ଅନେକ ସ୍କିନ କେୟାର ପ୍ରଡକ୍ଟ ପାଇଁ ମଧ୍ୟ ବ୍ୟବହାର କରାଯାଏ ।
ତେବେ ତରଭୂଜ ମଞ୍ଜି କୁ ଆପଣ ଖାଇବେ କିପରି ?
ତରଭୂଜ ରୁ ମଞ୍ଜି କୁ ବାହାର କରିବା ପରେ ଏହା କୁ ଭଲ ଭାବରେ ଭାଜି ଦିଅନ୍ତୁ ।ଏହାକୁ କୈାଣସିଏକ ଡବା ରେ ସାଇତି କରି ରଖନ୍ତୁ । ମର୍ନିଙ୍ଗ ଡାଏଟ ବା ସକାଳ ଜଳଖିଆ ରେ ସାମିଲ କରନ୍ତୁ ।ସାଲଡ, ଓଟସ ସହିତ ଆପଣ ଏହାକୁ ଖାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking