30.1 C
Bhubaneswar
Sunday, May 5, 2024
Homeଓଡିଶା୪ ମାସ ହେଲା ମୁଣ୍ଡାସାହି, ଆମ୍ବସାହିକୁ ମିଳୁନି ପାଣି

୪ ମାସ ହେଲା ମୁଣ୍ଡାସାହି, ଆମ୍ବସାହିକୁ ମିଳୁନି ପାଣି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ମିଣିଆ ପଞ୍ଚାୟତର ୫ ନଂ ୱାର୍ଡ ମୁଣ୍ଡାସାହି, ୬ ନଂ ୱାର୍ଡ ଆମ୍ବସାହିକୁ ଦୀର୍ଘ ୪ ମାସ ହେଲା ପାଇପ ଯୋଗେ ପାନୀୟଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଏହି ଦୁଇ ଗ୍ରାମର ଲୋକେ ପାଣି ବିନା  ବହୁୂ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୁଣ୍ଡାସାହିର ୧୦ ଏବଂ ଆମ୍ବସାହିର ୨୦ ଘରକୁ ମିଶାଇ ୩୦ ପରିବାର ପାଣି ପାଉ ନାହାନ୍ତି । ଏ ନେଇ ଗ୍ରାମର ଲୋକେ ବିଡିଓଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀଙ୍କଠାରୁ ବ୍ଲକ୍ ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦିନକୁଦିନ ଅସନ୍ତୋଷ ବଢ଼ୁଛି । ତୁରନ୍ତ ମୋଟର ମରାମତି କରି ପାନୀୟଜଳ ଯୋଗାଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
ରାଜ୍ୟ ସରକାର ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲାରେ ଯେପରି କୌଣସି ଗ୍ରାମରେ ପାନୀୟ ଜଳର ଅସୁବିଧା ନ ରହିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଗତ କିଛିଦିନ ତଳେ ପଞ୍ଚାୟତିରାଜ ବିଭାଗମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଗସ୍ତରେ ଆସି ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରି କେଉଁଠି ପାନୀୟ ଜଳ ସମ୍ପର୍କିତ ସମସ୍ୟା ରହିଛି, ତାହା ଉପରେ ଆଲୋଚନା କରିଛନ୍ତି । ହେଲେ ସମସ୍ୟା ସୁଧୁରିବା  ପରିବର୍ତ୍ତେ ବଢ଼ି ଚାଲିଛି । ଫୁଲବାଣୀ ବ୍ଲକର ମିଣିଆ ପଞ୍ଚାୟତ ସାର୍ସାନଣ୍ଡା ପାଖରେ ଥିବା ପାନୀୟଜଳ ପ୍ରକଳ୍ପର ମୋଟର ଅଚଳ ହୋଇପଡିଛ । ଆଜକୁ ୨ ମାସହେଲା ତାହା କାମ କରୁନି ବୋଲି ମୋଟର ଚାଳକ(ଏସ୍‌ସିଏମ୍‌) କହୁଥିବା ବେଳେ ୪ ମାସ ହେଲା ପାଣି ମିଳୁ ନ ଥିବା ଗ୍ରାମବାସୀ ରଞ୍ଜନ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ଦେବରାଜ ମଲ୍ଲିକ, ଅତଳି ମଲ୍ଲିକ, ଶୈଳବାଳ ମଲ୍ଲିକ, ରେବତୀ ମଲ୍ଲିକ, ଶଶିରେଖା ମଲ୍ଲିକ, ବିନୋଦ ମଲ୍ଲିକ, ସତେଶ୍ୱର ମଲ୍ଲିକ, ରାଜା ଦିଗାଲ ପ୍ରମୁଖ କହିଛନ୍ତି । ଅଚଳ ହୋଇ ପଡିଥିବା ମୋଟରକୁ ମରାମତି କରି ତୁରନ୍ତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ମୁଁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ ହିଁ କିଛି ପଦକ୍ଷେପ ନିଆଯାଉ ନାହଁ ବୋଲି ସରପଞ୍ଚ ମାଳତୀ ପ୍ରଧାନ କହିଛନ୍ତି । ଘଟଣା ନେଇ ଆରଡବ୍ଲ୍ୟୁଏସ୍‌ଏସ୍ କନିଷ୍ଠ ଯନ୍ତ୍ରୀ ଅବକ୍ଷିତ ନନ୍ଦଙ୍କୁ ପଚାରିବାରୁ କ\’ଣ ସମସ୍ୟା ହୋଇଛି ମୁଁ ଦେଖିଲା ପରେ କହିବି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking