28.1 C
Bhubaneswar
Friday, April 26, 2024
Homeଓଡିଶାଦାଦନ ଖଟିବାକୁ ଯାଇ କ୍ୟାନ୍‌ସର୍‌ରେ ବାପ ମୃତ: ଦୁଇ ଶିଶୁ ଅନାଥ

ଦାଦନ ଖଟିବାକୁ ଯାଇ କ୍ୟାନ୍‌ସର୍‌ରେ ବାପ ମୃତ: ଦୁଇ ଶିଶୁ ଅନାଥ

ବାଲିଆପାଳ:  ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତର ଚରବସ୍ତ ଗ୍ରାମର ବିଜୟ ବେହେରା ଦିଲ୍ଲୀକୁ ଦାଦନ ଖଟିବାକୁ ଯାଇ କ୍ୟାନ୍‌ସର୍ ଆକ୍ରାନ୍ତ ହେବା ପରେ  ସୋମବାର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତାଙ୍କ ୧୧ମାସର ପୁଅ ଏବଂ ୪ବର୍ଷର ଝିଅ ଏବେ ବାପ ଛେଉଣ୍ଡ। ସୂଚନା ଅନୁଯାୟୀ, ବିଜୟ ନିଜର ପାରିବାରିକ ଗୁଜରାଣ ମେଣ୍ଟାଇବା ପାଇଁ ଦିଲ୍ଲୀରେ ଦୀର୍ଘ ଦିନ ହେବ ଦାଦନ ଶ୍ରମିକ ଭାବରେ କାମ କରିଆସୁଥିଲେ । ଦୁଇମାସ ପୂର୍ବେ ତାଙ୍କ ପରିସ୍ରାରେ ରକ୍ତ ଯାଉଥିବା ଦେଖି ପ୍ରଥମେ ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି ହୋଇ ସେଠାରୁ ଗଙ୍ଗାରାମ ହସ୍ପିଟାଲ ଯାଇଥିଲେ । ସେଠାରେ ବହୁ ଅର୍ଥ ଆବଶ୍ୟକ ଥିବା ସୂଚନା ପାଇବା ପରେ ସେ ହରେକୃଷ୍ଣ ବାଲା ସାହେବ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ।

ଡାକ୍ତର ତାଙ୍କର ଟ୍ୟୁମର ଅପରେସନ କରିଥିଲେ ଓ ସେହି ସମୟରେ ବିଜୟ କ୍ୟାନ୍ସର ପୀଡ଼ିତ ବୋଲି ଜଣାପଡ଼ିଥିଲା । ଅର୍ଥ ଅଭାବରୁ ଅଧିକ ଚିକିତ୍ସିତ ହୋଇ ନପାରି ଦୁଇ ସପ୍ତାହ ପୂର୍ବରୁ ନିଜର ଜନ୍ମମାଟିକୁ ଫେରିଆସିଥିଲେ। ସୋମବାର ତାଙ୍କର ମୃତ୍ୟୁ ଘଟିବା ପରେ ସ୍ତ୍ରୀ ସକୁନ୍ତଳା ଦୁଇ ପିଲାଙ୍କ ଭବିଷ୍ୟତ ଚିନ୍ତାରେ ପଡ଼ିଛନ୍ତି । ବିଜୟଙ୍କ ପରିବାରକୁ ସରକାରୀସ୍ତରରେ ଆର୍ôଥକ ସହାୟତା ଯୋଗାଇଦେବାକୁ ଉଭୟ ଚରବସ୍ତ ଏବଂ ଚୌଧୁରୀକୁଦ ଗ୍ରାମର ଲମ୍ବୋଦର ମହାନା, ଅଦୈତ୍ୟ ସାହୁ, ଗୌରାଙ୍ଗ ସାହୁ, ମଳୟ ମହାନ୍ତି, ମନୋରଞ୍ଜନ ଦଣ୍ଡପାଟା, ପତିତପାବନ ବେହେରା, ସନ୍ନ୍ୟାସୀ ବେହେରା ପ୍ରମୁଖ ଦାବି କରିଛନ୍ତି । ଯେଉଁ ସହୃଦୟ ବ୍ୟକ୍ତି ଉକ୍ତ ଦୁଇ ବାପଛେଉଣ୍ଡ ସନ୍ତାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ସେମାନେ ୯୭୭୭୮୪୧୦ ରେ ଫୋନ୍ ପେ’ ଓ ଗୁଗୁଲ୍ ପେ’ ନମ୍ବରରେ ସାହାଯ୍ୟ ପଠାଇପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking