29.1 C
Bhubaneswar
Monday, May 6, 2024
Homeଓଡିଶାଏଲ୍‌ଆଇସି ଏମ୍‌ଡି ହେଲେ ଓଡ଼ିଆ ପୁଅ ବିଷ୍ଣୁଚରଣ ପଟ୍ଟନାୟକ

ଏଲ୍‌ଆଇସି ଏମ୍‌ଡି ହେଲେ ଓଡ଼ିଆ ପୁଅ ବିଷ୍ଣୁଚରଣ ପଟ୍ଟନାୟକ

ଭୁବନେଶ୍ୱର: ଜାତୀୟ ସ୍ତରରେ ଜଣେ ପରେ ଜଣେ ଓଡ଼ିଆ ପୁଅ ଗୁରୁତ୍ୱପୂର୍ଣ୍ଣ ପଦବୀ ହାତେଇ ରାଜ୍ୟର ନାଁକୁ ଗୌରବାନ୍ୱିତ କରିବାରେ ଲାଗିଛନ୍ତି । ଏହି ଧାରାରେ ଯୋଡ଼ି ହୋଇଛି ଆଉ ଏକ ନାଁ । ଶୁକ୍ରବାର ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ଓଡ଼ିଆ ପୁଅ ବିଷ୍ଣୁଚରଣ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି । ୧୯୬୩ରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୧୯୮୬ ମସିହାରେ ଡାଇରେକ୍ଟ ରିକ୍ରୁଟ୍ ଅଫିସର ଭାବେ ଏଲ୍‌ଆଇସିରେ ଯୋଗ ଦେଇଥିଲେ । ସେ ଭାରତୀୟ ବୀମା ସଂସ୍ଥାନରୁ ପାଠ ପଢ଼ିଛନ୍ତି। ଏଲ୍‌ଆଇସିର ଏମ୍‌ଡି ଭାବେ ଯୋଗଦେବା ପୂର୍ବରୁ ସେ କାଉନସିଲ୍ ଫର୍ ଇନସ୍ୟୁରାନ୍ସ ଓମ୍ବଡସମେନ୍‌(ସିଆଇଓ), ମୁମ୍ବାଇର ମହାସଚିବ ଭାବେ କାର୍ଯ୍ୟରତ ଥିଲେ । ତା’ ପୂର୍ବରୁ ସେ ଜୋନାଲ୍ ଟ୍ରେନିଂ ସେଣ୍ଟର, ଆଗ୍ରାର ନିର୍ଦ୍ଦେଶକ ପଦବୀରେ ରହିଥିଲେ ।

ତାଙ୍କର ତିନି ଦଶନ୍ଧିର ଚାକିରି କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ପଟ୍ଟନାୟକ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । ମାର୍କେଟିଂ, ନ୍ୟୁ ବିଜନେସ୍‌, ପର୍ସନେଲ୍‌, ପେନସନ୍‌, ଗ୍ରୁପ୍ ସେଭିଙ୍ଗ ଏବଂ କଷ୍ଟୋମର ରିଲେସନସିପ୍ ମ୍ୟାନେଜମେଣ୍ଟ୍ ଆଦି କ୍ଷେତ୍ରରେ ତାଙ୍କର ବଡ଼ ଅଭିଜ୍ଞତା ରହିଛି । ଏଲ୍‌ଆଇସି ପାଇଁ ସେ ଇଷ୍ଟ ଜୋନ୍‌, ୱେଷ୍ଟ ଜୋନ୍ ଆଦିରେ ରିଜିଅନାଲ୍ ମ୍ୟାନେଜର୍ ଏବଂ ଡିଭିଜନାଲ ମ୍ୟାନେଜର ଭାବେ କାର୍ଯ୍ୟକରିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ବାଲିଆଖାଇ ଗାଁର ମୂଳ ବାସିନ୍ଦା ହେଉଛନ୍ତି ଶ୍ରୀ ପଟ୍ଟନାୟକ । ତାଙ୍କର ପରିବାର ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କର ବଡ଼ଭାଇ କମଳ ପଟ୍ଟନାୟକ ମଧ୍ୟ ବର୍ତ୍ତମାନ ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking