30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀରେ ହେବ ୧୪ ଇ-ଚାର୍ଜିଂ ପଏଣ୍ଟ

ରାଜଧାନୀରେ ହେବ ୧୪ ଇ-ଚାର୍ଜିଂ ପଏଣ୍ଟ

ଭୁବନେଶ୍ୱର: ପେଟ୍ରୋଲ୍‌, ଡିଜେଲ୍ ଦାମ ହୁ ହୁ ହୋଇ ବଢ଼ିବାର ଲାଗିଛି । ଏବେ ଏହାର ବିକଳ୍ପ ପାଲଟିଛି ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଯାନ । ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେଉଥିବାବେଳେ ବିଦ୍ୟୁତ୍ ତଥା ବ୍ୟାଟେରୀ ଚାଳିତ ଯାନବାହନ ଚଳାଚଳ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ନଜରକୁ ଆସିଛି । ଏହି କ୍ରମରେ ରାଜଧାନୀକୁ ପ୍ରଦୂଷଣମୁକ୍ତ ରଖିବାରେ ତତ୍ପରତା ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ସହରର ୧୪ ସ୍ଥାନରେ ପର୍ଯ୍ୟାୟ କ୍ରମେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି । ଇ-ଯାନ ଚଳାଚଳ କରିବା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିରେ ସୁଧାର ଆଣିବାକୁ ବିଏମ୍‌ସି ଚେଷ୍ଟା କରିଛି । ପ୍ରାଥମିକ ପର୍ଯ୍ୟାୟରେ ସହରର ୭ ସ୍ଥାନରେ ଇ-ଯାନ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବ । ଖୁବ୍‌ଶୀଘ୍ର ଏନେଇ ଟେଣ୍ଡର ପ୍ରକାଶ ପାଇବ ବୋଲି କମିଶନର ଶ୍ରୀ ସିଂ କହିଛନ୍ତି । ସୂଚନାଥାଉ କି, ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି ।

ଅଧିକ ଯାନ ପେଟ୍ରୋଲ କିମ୍ବା ଡିଜେଲରେ ଚଳପ୍ରଚଳ କରୁଥିବାବେଳେ ଉଭୟ ଶବ୍ଦ ଓ ବାୟୂ ପ୍ରଦୂଷଣ ବୃଦ୍ଧିପାଉଛି । ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେଉଛନ୍ତି । ହେଲେ ସର୍ଭେ ଅନୁସାରେ ରାଜ୍ୟର ମାତ୍ର ୦.୧% ଜନସାଧାରଣ ଇ-ଯାନ ଚଳାଉଛନ୍ତି । ଜନସାଧାରଣଙ୍କ ମଧ୍ୟରେ ଇ-ଯାନ ଚଳାଚଳ ପ୍ରତି ସଚେତନତା ସଦୃଶ ତଥା ରାଜ୍ୟରେ ଇ-ଯାନ ଚଳାଚଳ ଭିତ୍ତିଭୂମିରେ ସୁଧାର ଆଣିବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଶାରେ ଭୁବନେଶ୍ୱରରେ ଇ-ଯାନ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ସ୍ଥିର କରାଯାଇଛି । ଆସନ୍ତା ୨୦୨୫ ସୁଦ୍ଧା ଯେପରି ରାଜ୍ୟର ୨୦% ଜନସାଧାରଣ ଇ-ଯାନ ଚଳାଉଥିବେ ଓ ଅନ୍ୟମାନେ ମଧ୍ୟ ଚଳାଇବା ନେଇ ଆଗ୍ରହ ପ୍ରକାଶ କରୁଥିବେ, ସେଥିପ୍ରତି ଧ୍ୟାନ ଦେବା ସଦୃଶ ଏହି ଯୋଜନା ହାତକୁ ନିଆଯାଇଥିବା ବିଭାଗୀୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । କେବଳ ଭୁବନେଶ୍ୱର ନୁହେଁ ଆଗାମୀ ଦିନରେ ଏହି ପରି ଚାର୍ଜିଂ ପଏଣ୍ଟ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking