36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପାଟିରେ ମଦ ବୋତଲ ଖୋଲି ମାଙ୍କଡ ପିଉଛି ମଦ

ପାଟିରେ ମଦ ବୋତଲ ଖୋଲି ମାଙ୍କଡ ପିଉଛି ମଦ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ର ମଣ୍ଡଳ ଜିଲାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଗୋଟିଏ ମାଙ୍କଡ ଜଣେ ବସ ପରି ମଦ ବୋତଲ ଠିପି ଖୋଲି ପିଇବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।  ମଧ୍ୟପ୍ରଦେଶ ମଣ୍ଡଲାର ଏହି ଦୃଶ୍ୟ ଏବେ ଇଣ୍ଟରନେଟରେ ଧମାଲ ମଚାଉଛି। ମାଙ୍କଡକୁ ମଦ ପିଉଥିବାର ଦେଖି ଲୋକେ ଖୁବ୍‌ ଏଞ୍ଜୟ କରୁଛନ୍ତି ।

କାହିଁକି ନା ଲୋକମାନେ ମଦ ଦୋକାନରେ ବସି ଲୋକଙ୍କୁ ମଦ ପିଉଥିବାର ଦେଖିଥିବେ କିନ୍ତୁ ଗୋଟେ ମାଙ୍କଡର ଏମିତି ମଦ ନିଶା ଦେଖି ନିହାତି ଭାବେ ଆଶ୍ଚର୍ଯ୍ୟ ହେଉଥିବେ ଆପଣ । ଦେଖୁନାହାଁନ୍ତି ମଦ ପିଉଥିବା ଏହି ମାଙ୍କଡର ମଦ ପିଇବା ଷ୍ଟାଇଲକୁ। ହାତରେ ବୋତଲକୁ ଧରି ଏକଦମ୍‌ ଢ଼କ୍‌ ଢ଼କ୍‌ କରି ମଦ ପିଇଯାଉଛି ମାଙ୍କଡଟି। ଦୋକାନୀ ଜଣକ ମାଙ୍କଡକୁ ବିସ୍କୁଟ ଖୋଲି ଦେଉଛନ୍ତି, କିନ୍ତୁ ଏ ମାଙ୍କଡ କାହିଁକି ବର ଶୁଣିବ, ସେ ତାର ମନ ଖୁସିରେ ପୂରା ଦବଙ୍ଗ ଷ୍ଟାଇଲରେ ବସି ମଦ ପିଇବାରେ ବ୍ୟସ୍ତ। ଏ ମାଙ୍କଡର ବୋତଲ ଧରିବା ଆଉ ଠିପି ଖୋଲିବା ଷ୍ଟାଇଲ ଦେଖିଲେ ଲାଗୁଛି ଯେପରି ମାଙ୍କଡଟି ପୁରୁଣା ଖିଲାଡୀ। ଦେଖୁନାହାଁନ୍ତି କେମିତି ଦାନ୍ତରେ ଠିପି ଖୋଲିବାକୁ ଚେଷ୍ଟା କରୁଛି। ଆଉ ଶେଷରେ ଦାନ୍ତରେ ମଦ ବୋତଲ ଠିପିକୁ ଖୋଲିବି ଦେଉଛି। ତେବେ କିନ୍ତୁ ଏହା ପ୍ରଥମ ନୁହେଁ ଯେ ଗୋଟେ ମାଙ୍କଡ ଏପରି ମଦ ପିଉଛି, ଏହାପୂର୍ବରୁ ବି ଏମିତି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟି ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking