30.1 C
Bhubaneswar
Wednesday, April 24, 2024
Homeଖେଳସ୍ଵର୍ଣ୍ଣପଦକ ବିଜେତା ନିରଜ ଚୋପ୍ରା ଅସୁସ୍ଥ

ସ୍ଵର୍ଣ୍ଣପଦକ ବିଜେତା ନିରଜ ଚୋପ୍ରା ଅସୁସ୍ଥ

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି । ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର ନିଜ ଘର ପାନିପାତରେ ପହଞ୍ଚିଥିଲେ। ତାଙ୍କ କନଭେନ ସମଲଖାର ହାଲଡାନା ବର୍ଡରରୁ ଏକ ଶୋଭାଯାତ୍ରାରେ ତାଙ୍କୁ ନିଆଯାଇ ଖଣ୍ଡରା ଗାଁରେ ପହଞ୍ଚିଥିଲା। ତେବେ ହଠାତ୍‌ ତାଙ୍କ ସ୍ବସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ନୀରଜଙ୍କୁ ଗତ ୩ ଦିନ ହେବା ଜ୍ୱର ଲାଗିରହିଥିଲା, କିନ୍ତୁ ତାଙ୍କର କୋଭିଡ -୧୯ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।

ଲଗାତାର ଭାବେ ଯାତ୍ରା କରିବା ଏବଂ ଭିଡ଼ରେ ରହିବା ଯୋଗୁଁ ସମସ୍ୟା ହୋଇଛି। କିଛି ସମୟ ଆରାମ କରିବା ପରେ ସୁସ୍ଥ ହୋଇଯିବେ ବୋଲି ନୀରଜଙ୍କୁ ଡାକ୍ତରମାନେ ପରାମର୍ଶ କରିଥିଲେ। ମିଳିଥିବା ସୂଚନା ଅପୁସାରେ ୩ ଦିନ ପୂର୍ବରୁ ନୀରଜଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ତାଙ୍କୁ ପ୍ରବଳ ମାତ୍ରାରେ ଜ୍ବର ଆସିଥିଲା। ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଜ୍ବର ହୋଇଥିବାରୁ ସେ ହରିୟାଣା ସରକାରଙ୍କ ସମ୍ମାନ ସମାରୋହରେ ସାମିଲ ମଧ୍ୟ ହୋଇପାରିନଥିଲେ। ଭିଡିଓ କନଫରେନ୍ସିଂରେ ସେ ଏହି ସମାରୋହରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking