29.1 C
Bhubaneswar
Saturday, April 27, 2024
Homeଓଡିଶାବାପାଙ୍କ ମୃତ୍ୟୁ ପରେ ବି ଗ୍ରାମବାସୀଙ୍କ ବାରଣ ଯୋଗୁଁ ଗାଁ’ରେ ପଶି ପାରିଲାନି ପୁଅ

ବାପାଙ୍କ ମୃତ୍ୟୁ ପରେ ବି ଗ୍ରାମବାସୀଙ୍କ ବାରଣ ଯୋଗୁଁ ଗାଁ’ରେ ପଶି ପାରିଲାନି ପୁଅ

କୋରାପୁଟ : ନିଜ ପେଟକୁ ଦାନା ଯୋଗାଇବା ସହ ପରିବାର ପ୍ରତିପୋଷଣ ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆନ୍ଧ୍ରପ୍ରଦେଶର କାକିନାଡ଼ା ଯାଇ କୁଲି କାର୍ଯ୍ୟରେ ନିୟୋଜିତ ଥିଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତ ସିଶାଗୁଡା ଗ୍ରାମର ଯୁବକ ଜଗୁଲୁ ରୁଆ(୨୨) । ବର୍ତ୍ତମାନ ଲକ୍‌ଡାଉନ୍ ପାଇଁ ସେ ଫସି ରହିଛନ୍ତି।
ସୂଚନା ଅନୁଯାୟୀ, ଗତ ଶନିବାର ଜୁଗୁଲୁ ତାଙ୍କ ବାପାଙ୍କ ଦେହାନ୍ତ ଖବର ଗ୍ରାମବାସୀଙ୍କଠାରୁ ପାଇଥିଲେ। ଏ ପରିସ୍ଥିତିରେ ଖାଇବା ପିଇବା ତ ଦୂରର କଥା କେମିତି ଘରେ ପହଞ୍ଚିବେ ସେଥିପାଇଁ ଆଉ କିଛି ଶ୍ରମିକଙ୍କ ସହ ସାଙ୍ଗ ହୋଇ ଚାଲି ଚାଲି ମଙ୍ଗଳବାର ରାତିରେ ପଟ୍ଟାଙ୍ଗିରେ ପହଞ୍ଚିଥିଲେ। ମାତ୍ର ସେ ପହଞ୍ଚିବା ଖବର ପାଇବା ପରେ ଗ୍ରାମବାସୀ ଗ୍ରାମରେ ପ୍ରବେଶ ନେଇ ବାରଣ କରିଥିଲେ। ଏଥିରେ ସେ କ୍ରୋଧାନ୍ବିତ ହେବା ସହ ଆଖିରେ ଲୁହ ଝରାଇ ବାପାଙ୍କ ଚାରି ଦିନିଆରେ ମଧ୍ୟ ଯୋଗ ଦେଇପାରିଲି ନାହିଁ ବୋଲି ପ୍ରକାଶ କରିଛନ୍ତି। ଗାଁ ପାଖରେ ଥାଇ ମଧ୍ୟ ଘରକୁ ଯାଇ ପାରିଲି ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking