36.1 C
Bhubaneswar
Thursday, May 2, 2024
Homeଓଡିଶାକଂଗ୍ରେସରେ ବିଜୟ ପଟ୍ଟନାୟକଙ୍କୁ ମିଳିଲା ଗୁରୁଦାୟିତ୍ୱ

କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭୁବନେଶ୍ୱର : କଂଗ୍ରେସରେ ବିଜୟଙ୍କୁ ଗୁରୁଦାୟିତ୍ୱ । କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ବିଜୟ ପଟ୍ଟନାୟକ । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ବିଜୟଙ୍କ ନାଁରେ ବାଜିଲା ମୋହର । ସେହିଭଳି ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିକୁ ଏଆଇସିସିର ଅନୁମୋଦନ ମିଳିଛି । କମିଟିରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ରହିଛନ୍ତି ୨୭ ଜଣ ନେତା । ଦଳର ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି । ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି ।ଗତ କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହେବା ପରେ ବିଜୟଙ୍କୁ ବଡ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଜୟ କଂଗ୍ରେସରେ ମିଶିବା ପରେ ବ୍ୟକ୍ତିଗତ ଭାବେ ଦଳର ବରିଷ୍ଠ ନେତାଙ୍କୁ ଭେଟି ଦଳର ସ୍ଥିତି ବାବଦରେ ଆଲୋଚନା କରିଥିଲେ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଚାର କମିଟିର ମୁଖ୍ୟ କରି କଂଗ୍ରେସ ୨୦୨୪ ନିର୍ବାଚନ ପାଗ ଭିଡ଼ିବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking