36.1 C
Bhubaneswar
Thursday, May 2, 2024
Homeଓଡିଶାଫରେଷ୍ଟ ରେଂଜ ଅଫିସରେ କର୍ମଚାରୀଙ୍କ ମଦପିଆ ଭିଡିଓ ଭାଇରାଲ

ଫରେଷ୍ଟ ରେଂଜ ଅଫିସରେ କର୍ମଚାରୀଙ୍କ ମଦପିଆ ଭିଡିଓ ଭାଇରାଲ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବାଗଡିହି ରେଂଜ ଫରେଷ୍ଟ ଅଫିସ ଭିତରେ କର୍ମଚାରୀମାନେ ମଦ ପିଇବାସହ ଭୋଜି କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ହୋଲି ଦିନର ହୋଇଥିବାବେଳେ ଏହା ଏବେ ଜିଲ୍ଲାରେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଭିଡିଓଟିରେ ଜଣେ ଅଧିକାରୀ ରାତି ୧୦ଟା ଯାଏଁ ମଦ ପିଇବି କହୁଥିବାବେଳେ ମୁଁ ବି ପିଇବ ବୋଲି ରେଂଜର କହୁଥିବା ଦେଖିବାକୁ ମିଳିଛି । ଏହାସହ ଏହି ମଦ ମାଂସ ଆସରରେ ରେଂଜର ବ୍ରଜମୋହନ ପଟ୍ଟନାୟକ, ଫରେଷ୍ଟର ଆଲୋକ ନାଏକ, ଜଗୁଆଳୀ ମହାଦେବ କିଷାନ ଓ ସନ୍ତୋଷ କିଷାନଙ୍କ ସହ ଅନ୍ୟ କର୍ମଚାରୀ ଓ ଫରେଷ୍ଟ ଗାର୍ଡମାନେ ସାମିଲଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେଲା ପରେ ସାଧରଣରେ ଉଦବେଗ ପ୍ରକାଶ ପାଇଛି । ଏହାସହ ସରକାରୀ ଅଫିସ ଭିତରେ ମଦ ମାଂସର ଆସର ଜମାଉଥିବା ଏହି ସରକାରୀ ଅଧିକାରୀମାନେ କିପରି ସେମାନଙ୍କ ଦାୟିତ୍ୱ ତୁଳାଉଥିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସରକାରୀ ଅଫିସରେ ପବିତ୍ର ହୋଲିପର୍ବ ଦିନର ମଦ ମାଂସ ଖାଇ ନିଶାରେ ମସଗୁଲ ରହିଥିବା ଏହି କର୍ମଚାରୀଙ୍କ ପାଖରେ ଜଙ୍ଗଲର ନିରୀହ ହରୀଣ, କୁଟୁରା, ସମ୍ବର, ବରହା, ଠେକୁଆ ଆଦି ଜୀବ ସୁରକ୍ଷିତ ନୁହନ୍ତି ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି ।
ସେମାନେ ଆହୁରି ମଧ୍ୟ କହିଛନ୍ତି, ମଦ ପିଇଲା ପରେ ନିରୀହ ଜଙ୍ଗଲି ଜୀବକୁ ହତ୍ୟା କରି ସେମାନଙ୍କ ମାଂସ ଖାଇବ ଏମାନଙ୍କ ପାଇଁ କୌଣସି ବଡ କଥା ନୁହେଁ । ତେଣୁ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଏ ବିଷୟରେ ଡିଏଫଓଙ୍କୁ ପଚାରିବାରୁ କହିଛନ୍ତି ଏହି ଘଟଣାର ତଦାରଖ କରିବା ପାଇଁ ସେ ନିର୍ଦ୍ଦେଶ ଦେଇ ସାରିଛନ୍ତି । ସମସ୍ତ ରିପୋର୍ଟ ହସ୍ତଗତ ହେଲାପରେ ଏହି ଭୋଜିରେ ସାମିଲଥିବା ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking