27.1 C
Bhubaneswar
Friday, March 29, 2024
Homeଓଡିଶାଦାନଗଦିରେ ରକ୍ତଭଣ୍ଡାର, ସୁକିନ୍ଦାରେ ପ୍ରତିଷ୍ଠା ହେବ ଡାଏଲାସିସ୍ ସେଣ୍ଟର

ଦାନଗଦିରେ ରକ୍ତଭଣ୍ଡାର, ସୁକିନ୍ଦାରେ ପ୍ରତିଷ୍ଠା ହେବ ଡାଏଲାସିସ୍ ସେଣ୍ଟର

ଯାଜପୁର : କରୋନା ପ୍ରତିରୋଧ ନିମନ୍ତେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। ସୁକିନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଏଲାସିସ୍ ସେଣ୍ଟର ପ୍ରତିଷ୍ଠା ସହ ଦାନଗଦି ସିଏଚସିରେ ରକ୍ତଭଣ୍ଡାର ନିର୍ମାଣ ହେବ।ଉଚ୍ଚବାଲି-ଟମକାରେ ଡିସପେନସାରୀ ଖୋଲାଯିବା ସହ କାଳିଆପାଣିରେ ଥିବା ଘରୋଇ ମେଡିକାଲ ପୂର୍ବ ପରି ଚାଲୁ ରହିବ। ଟିସ୍କୋ କଲୋନୀରେ ରହିଥିବା ଷ୍ଟିଆର୍ଟ ସ୍କୁଲ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପୂର୍ବ ପରି ଚାଲୁ ରହିବ।
ସୁକିନ୍ଦା-ଦାନଗଦିର ପ୍ରତ୍ୟେକ ଜଳାଶୟର ପୁନଃଋଦ୍ଧାର ସହ ଗାଧୁଆ ତୁଠ ନିର୍ମାଣ ଏବଂ ବସ୍ତ୍ର ପରିବର୍ତ୍ତନ ଘର ନିର୍ମାଣ ହେବ। ତେଲିବାହାଲି, ଡୁବୁରୀ, କୁହିକା, ଅଶୋକଝର ଏବଂ ନଗଡାରେ ଗ୍ରୀନ ପାର୍କ ପ୍ରତିଷ୍ଠା ହେବ। ଏହାସହ ସୁକିନ୍ଦା ଏବଂ ଦାନଗଦିରେ ଗୋଟିଏ ଲେଖାଏଁ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking