28.1 C
Bhubaneswar
Friday, April 26, 2024
Homeଅପରାଧଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓକୁ ଶୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଯୁବକ ଗିରଫ

ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓକୁ ଶୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଯୁବକ ଗିରଫ

ସାଲେପୁର : ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତା’ ସହିତ ଶାରୀରିକ ସଂପର୍କ ସ୍ଥାପନ କରିବା ଓ ଉକ୍ତ ଭିଡ଼ିଓକୁ ଶୋସିଆଲ ମିଡ଼ିଆରେ ଭାଇରାଲ୍ କରିବା ଅଭିଯୋଗରେ ସାଲେପୁର ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛିି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜଗନ୍ନାଥପୁର ଅଂଚଳର ଜନୈକା ଛାତ୍ରୀ +୩ ବିଜ୍ଞାନ ସାଲେପୁର ଅଂଚଳରେ ଥିବା ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଅଢ଼ଙ୍ଗା ଗ୍ରାମର ଆଶିଷ କର ଛାତ୍ରଙ୍କ ସହ ମୋବାଇଲ୍ ମିସକଲରୁ ପରିଚୟ ସୃଷ୍ଟି ହୋଇଥିଲା । କିଛଇ ଦିନ କଥା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ସ୍ଥାପନ ହୋଇଥିଲା । ଯୁବକ ଏହାର ସୁଯୋଗ ନେଇ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରି ଏହାର ଭିଡ଼ିଓ ଉତୋଳନ କରିଥିଲା ।
ପରେ ଏହି ଭିଡ଼ିଓକୁ ଶୋସିଆଲ ମିଡ଼ିଆରେ ଭାଇରାଲ୍ କରିଥିଲା । ଏ ସଂପର୍କରେ ଛାତ୍ରୀଙ୍କ ସଂପର୍କୀୟମାନେ ଜାଣିବାପରେ ଏହା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଥାନାରେ ସାଇବର ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ଶନିବାର କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି ।  କୋର୍ଟରେ ଜାମିନ ଆବେଦନ ନାମାଞ୍ଜୁର ହେବାରୁ ଯୁବକକୁ ଜେଲ ହାଜତକୁ ପଠେଇ ଦିଆଯାଇଛି ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking