30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୫୦ କୋଟି ଜୀବଜନ୍ତୁ ଜୀବନ୍ତ ଦଗ୍ଧ

୫୦ କୋଟି ଜୀବଜନ୍ତୁ ଜୀବନ୍ତ ଦଗ୍ଧ

କାନବେରା: ଜଳୁଛି ଅଷ୍ଟ୍ରେଲିଆର ଜଙ୍ଗଲ। ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଜଳୁଛନ୍ତି କୋଟି କୋଟି ଜୀବଜନ୍ତୁ । ଗତ ୪ ମାସ ଧରି ଅନବରତ ଏହି ଜଙ୍ଗଲ ଜଳୁଥିଲେ ହେଁ କିଛି ପ୍ରତିକାର କରାଯାଇ ପାରୁନାହିଁ ।

ହେଲେ ନିଆଁ କିପରି ଲାଗିଲା, ଏହାକୁ କିଏ ଲଗାଇଲା ତାହା ଏଯାଏଁ ସ୍ୱଷ୍ଟ ହୋଇନାହିଁ । ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି । ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥଓ୍ୱେଲସ ଅଞ୍ଚଳରେ ଲାଗିଛି । ଏହି ନିଆଁର ଆଁରେ ୨୦୦ରି ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଛି ।

ଅଷ୍ଟ୍ରେଲିଆର ପରିଚୟ କଙ୍ଗାରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଯେଉଁଥିରେ ସ୍ତନ୍ୟପାୟୀ ପଶୁ, ପକ୍ଷୀ ଏବଂ ଅନେକ ଜୀବଜନ୍ତୁ ରହିଛନ୍ତି । ଏହାଛଡ଼ା କୋଆଲା, ଭାଲୁ, ବିରଳ ପକ୍ଷୀଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି । ନ୍ୟୁ ସାଉଥ ଓ୍ୱେଲସର ମଧ୍ୟ-ଉତ୍ତର ଅଞ୍ଚଳରେ ସବୁଠାରୁ ଅଧିକ କୋଆଲ (ତୃଣଭୋଜି ପ୍ରାଣୀ) ରୁହନ୍ତି । ଏବେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏମାନଙ୍କ ସଂଖ୍ୟା ବହୁତ କମିଯାଇଛି ବୋଲି ଜଣାପଡ଼ିଛି ।
ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ ୧୮ ଜଣ ଲୋକଙ୍କ ମୃତ୍ୟୁ ବାବଦରେ ଜଣାପଡ଼ିଛି ।

ହେଲେ ଆଗାମୀ ସମୟରେ ଏହି ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ସୂଚନା ରହିଛି । ଭିକ୍ଟୋରିଆରେ ସ୍ଥିତି ସବୁଠୁ ଗମ୍ଭୀର ରହିଛି । ଶନିବାର ପବନ ବୋହିବା ଫଳରେ ନିଆଁ ଆହୁରି ଜୋର ଜଙ୍ଗଲରେ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବଢ଼ିଯାଇଛି । ଏବେ ଦମକଳବାହିନୀଙ୍କୁ ନିଆଁ ଲିଭାଇବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ବୋଲି ଜଣାପଡ଼ିଛି । ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହୋଇଛି ।

ଜୀବଜନ୍ତୁ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରେ ଆଶ୍ରୟ ଖୋଜି ବୁଲୁଛନ୍ତି । ଖାଲି ପଶୁପକ୍ଷୀ ନୁହଁନ୍ତି ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ । ଜଙ୍ଗଲ ଆଖପାଖରେ ରହୁଥିବା ହଜାରେ ଘର ଜଳିଯାଇଥିବା ବେଳେ ୯ ମିଲିୟନ୍ ଏକର ଚାଷ ଜମି ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ହେଲିକାପ୍ଟର ସହାୟତା ନିଆଯାଇ ନିଆଁ ଲିଭେଇବା କାମ ଚାଲିଛି । ପ୍ରତିବର୍ଷ ଏହି ଅଞ୍ଚଳରେ ପର୍ଯ୍ୟଟକ ଆଗମନ ଯୋଗୁଁ ପ୍ରାୟ ୧ ବିଲିୟନ୍ ଡଲାରର ବ୍ୟବସାୟ ହୋଇଥାଏ । ତେବେ ଏହି ଅଗ୍ନିକାଣ୍ଡ ଦ୍ୱାରା ଅଷ୍ଟ୍ରେଲିଆର ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦେଶରେ ଏଭଳି ସ୍ଥିତି ଦେଖି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାଁରିସନ ୪ ଦିବସୀୟ ଭାରତ ଗସ୍ତକୁ ବାତିଲ୍ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking