26.1 C
Bhubaneswar
Friday, March 29, 2024
Homeଅପରାଧଦୁଇ ପ୍ରେମିକା ଗିରଫ ପରେ ଜେଲରେ ସେଲଫି ଉଠାଇ ବାହାରକୁ ପଠାଇ ପୁଲିସକୁ ଚାଲେଂଚ ଦେଲା...

ଦୁଇ ପ୍ରେମିକା ଗିରଫ ପରେ ଜେଲରେ ସେଲଫି ଉଠାଇ ବାହାରକୁ ପଠାଇ ପୁଲିସକୁ ଚାଲେଂଚ ଦେଲା ସକିଲ୍‌

କଟକ : ପୁଣି ଚୌଦ୍ୱାର ଜେଲରୁ ଭାଇରାଲ ହୋଇଛି କଲଦୀଙ୍କ ସେଲଫି । ସିଏ ପୁଣି ବର୍ତମାନ ସମୟର ସବୁଠୁ ଚର୍ଚ୍ଚିିତ ଗ୍ୟାଙ୍ଗଷ୍ଟର ସକିଲର । ସକିଲ ଅନ୍ୟ ୬ଜଣ କଏଦୀଙ୍କ ସହ ସେଲଫି ଉଠାଇଥିବାବେଳେ ଏ ଫଟୋ ଏବେ ଭାଇରାଲ ହୋଇଛି। ଗୋଟିଏ ପଟେ ସକିଲ ଜେଲ ଭିତରେ ଥାଇ ବ୍ୟବସାୟୀଙ୍କୁ ବଟି ପାଇଁ ଧମକ ଦେଉଛନ୍ତି । ଅନ୍ୟପଟେ ବଟି ମାଗିବା ଅଭିଯୋଗରେ ତା’ର ଦୁଇ ପ୍ରେମିକାଙ୍କୁ ପୁଲିସ ଗିରଫ କରିସାରିଛି । କିନ୍ତୁ ଏତେ ସବୁ ହଟଚମଟ ପରେ ସକିଲ କିଭଳି ଜେଲର ସେଲ ଭିତରେ ସେଲଫି ଉଠାଇ ଶୋସିଆଲା ମିଡିଆରେ ଭାଇରାଲ କରୁଛି, ତାହା ଅନେକଙ୍କୁ ଚକିତ କରୁଛି । ପୁଲିସ ଓ ଜେଲ କର୍ତୃପକ୍ଷଙ୍କୁ ଖୋଲା ଚାଂଲେଚ ବୋଲି କୁହାଯାଉଛି ।
ଚୌଦ୍ୱାରା ସର୍କଲ ଜେଲର ସେଲରେ ସକିଲକୁ ଏକୁଟିଆ ରଖାଯାଇଛି । ତା’ଉପରେ ଦୁଇ ଜଣ ୱାର୍ଡର ୨୪ ଘଂଟିଆ କଡ଼ା ନଜର ରଖିଥିବା କଥା ଜେଲ ଅଧୀକ୍ଷକ କହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଶନିବାର ସକିଲର ଅନ୍ୟ ୬ ଅପରାଧୀଙ୍କ ସହିତ ସେଲ୍ଫି ନେବା ଶୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଚୌଦ୍ୱାର ସର୍କଲ ଜେଲରେ ନିର୍ଦ୍ଦିଷ୍ଟ ଜଣେ ଅଫିସର ଗ୍ୟାଙ୍ଗଷ୍ଟାର ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମୋବାଇଲ ଯୋଗାଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ସକିଲର ସେଲଫି ଭାଇରାଲ ତାହା ପ୍ରମାଣିତ କରିଛି । ଗଲା ଡିସେମ୍ବର ୧୨ ତାରଖରେ ଯୋବ୍ରା ନଦୀକୂଳ ସାହିର ଦୁର୍ଦ୍ଦାନ୍ତ ଅପରାଧୀ ହାପି ଓରଫ ବିଶ୍ୱଜିତ ମହାନ୍ତି ଅନ୍ୟ ୫ଜଣ କଏଦୀଙ୍କ ସହିତ ୱାର୍ଡ ନଂ ୫ଭିତରେ ଓ ବାହାରେ ମଉଚ କରୁଥିବା ଫଟୋ ଭାଇରାଲ ହୋଇଥିଲା ।
ଏହି ଘଟଣା ଭିତରେ ଶନିବାର ତୃତୀୟ ବାନ୍ଧବୀ ସମ୍ପର୍କରେ କମିଶନରେଟ ପୁଲିସ ଚାଂଚଲ୍ୟକର ତଥ୍ୟ ହାସଲ କରିଛନ୍ତି । ସକିଲ ଗ୍ୟାଙ୍ଗର ସଦସ୍ୟଙ୍କୁ ପୁଲିସ ଗିରଫ କରିବା ପରେ ନିଜ ୩ ଗାର୍ଲଫ୍ରେଣ୍ଠଙ୍କୁ ସକିଲ ଅପରାଧୀକ କାର୍ଯ୍ୟକଳାପରେ ବ୍ୟବହାର କରିଥିବା ସମ୍ପର୍କରେ ପୁଲିସ ସୂଚନା ପାଇଛି । ଏ ସମ୍ପର୍କରେ ଡିସିପିି ଅଖିଲେଶ୍ୱର ସିଂହ କହିଛନ୍ତି, ସକିଲ ସହଯୋଗୀଙ୍କୁ ଗିରଫ କରିବା ପରେ ସେ ଯୁବତୀଙ୍କୁ ଅପରାଧରେ ବ୍ୟବହାର କରିବା ଆରମ୍ଭ କରିଦେଲା । ଗ୍ୟାଙ୍ଗର ସଦ୍ୟସଙ୍କୁ ଏକାଠି କରି ଅପରାଧ କାର୍ଯ୍ୟକଳାପରେ ନିୟୋଜିତ କରୁଥିଲା ସକିଲ । ଗିରଫ ହୋଇଥିବା ଯୁବତୀ ଦୁଇ ଜଣ ଜେଲରେ ସକିଲକୁ ଭେଟିବାକୁ ଆସନ୍ତି । ଆନନ୍ଦ ସ୍ପୋର୍ଟସରେ ଯେଉଁ ଦୁର୍ବୃତ ବନ୍ଧୁକ ଦେଖାଇଥିଲା, ତାକୁ ଗାର୍ଲଫ୍ରେଣ୍ଡ ହିଁ ବନ୍ଧୁକ ଯୋଗାଇଥିଲେ । ବନ୍ଧୁକ ଦେଖାଇଥିବା ଅପରାଧୀ ବର୍ତମାନ ସୁଦ୍ଧା ବନ୍ଧୁକ ଧରି ଫେରାର ଅଛି । ଆହୁରି ୩ଜଣ ଗ୍ୟାଙ୍ଗ ସଦସ୍ୟ ଫେରାର ଅଛନ୍ତି । ସକିଲର ଯେଉଁ ତୃତୀୟ ଯୁବତୀଙ୍କ ସହିତ ସମ୍ପର୍କ ଥିବା କଥା କୁହାଯାଉଛି, ତାଙ୍କ ବିରୋଧରେ ବର୍ତମାନ ସୁଦ୍ଧା ଅପରାଧୀକ କାର୍ଯ୍ୟକଳାପ ସମ୍ପର୍କୀତ ପ୍ରମାଣ ହସ୍ତଗତ ହୋଇନାହିଁ । ସେଭଳି କିଛି ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଜେଲରୁ ଭିଡିଓ କଲ କରି ଧମକ ଦେବା ସମ୍ପର୍କରେ ଜେଲ କର୍ତୃପକ୍ଷଙ୍କୁ ଅବଗିତ କରାଯାଇଛି । ପୂର୍ବରୁ ଜେଲରେ ଚଢ଼ଉ ହେଉଥିବା ବେଳେ କିଛି ମିଳି ନଥିଲା । ଭବିଷ୍ୟତରେ ପୁଣି ଚଢ଼ଉ ଯୋଜନା କରାଯାଉଥିବା ଡିସିପି ଶ୍ରୀ ସିଂହ କହିଛନ୍ତି । ଅନ୍ୟପଟେ ଜେଲ ଅଧୀକ୍ଷକ ରାଜ କିଶୋର ସାହୁ କହିଛନ୍ତି, ସକିଲ ଏ ସେଲ୍ପି ମୋ ସମୟରେ ଉଠାଇ ନାହିଁ । ଗଲା ୪ମାସ ତଳେ ୧ନଂ ୱାର୍ଡରେ ଅନ୍ୟ କଏଦୀଙ୍କ ସହିତ ସକିଲ ଥିଲାବେଳେ ଉଠାଯାଇଛି । ସେଲ୍ପିରେ ଥିବା ସମସ୍ତ କଏଦୀ ଏବେ ଅଲଗା ରହୁଛନ୍ତି । ଏବେ ଚୌଦ୍ୱାର ସର୍କଲ ଜେଲରେ ସକିଲ ସମେତ ୮ରୁ ଅଧିକ ସମ୍ପର୍କୀୟ ଓ ଗ୍ୟାଙ୍ଗ ସଦସ୍ୟ ଥିବାରୁ ବଡ଼ ଧରଣର ଅପରାଧ ଷଡଯନ୍ତ୍ର ଜେଲ ଭିତରେ କରୁଥିବା ଆଶଙ୍କା କରାଯାଉଛି ।
୨୦୧୮ ଦଶହରା ସମୟରେ ଦୁର୍ଦ୍ଦାନ୍ତ ରାଜା ଓ ହାଡ଼ିଆଙ୍କ ସେଲ୍ଫି , ୨୦୧୮ ଡିସେମ୍ବର ୨ତାରିଖରେ ଗ୍ୟାାଙ୍ଗଷ୍ଟାର ଧଳସାମନ୍ତଙ୍କ ସହଯୋଗୀ ଦେବାଶୀଷ ସାହୁ ଓରଫ ଗୁଡୁ, ଦେବବ୍ରତ ଦାସ ଓରଫ ଲିପୁ ଏବଂ ଭାରତ ବେହେରା ଓରଫ ଲିଟୁଙ୍କ ସେଲ୍ଫି ଏବଂ ଗଲା ଡିସେମ୍ବର ୧୨ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ହାପି ଓରଫ ବିଶ୍ୱଜିତ ମହାନ୍ତି ଅନ୍ୟ ୪ ସହଯୋଗୀଙ୍କ ସହିତ ସେଲ୍ଫି ଜେଲ ଭିତରୁ ଭାଇରାଲ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking