28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୧୧ ଯାଏଁ ଭିସୁଟ୍ ବନ୍ଦ

୧୧ ଯାଏଁ ଭିସୁଟ୍ ବନ୍ଦ

ସମ୍ବଲପୁର : ଆସନ୍ତା ୧୧ ତାରିଖ ଯାଏଁ ବନ୍ଦ ରହିବ ଭିସୁଟ୍ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବନ୍ଦ ଘୋଷଣା କଲେ କର୍ତ୍ତୃପକ୍ଷ । ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଘଂନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ହେବ ବୋଲି ଚେତାବନି ଦିଆଯାଇଛି । ହେଡକ୍ୱାର୍ଟର ବାହାରେ ଥିବା କର୍ମଚାରୀ ଫେରିଲେ ହୋମ୍ କ୍ୱାଣେଣ୍ଟାଇନ୍‌ରେ ରହିବେ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ଅନୁଗୁଳସ୍ଥିତ ନାଲକୋରେ ଜଣେ ବରିଷ୍ଠ ଅଧିକାରୀ କିଛି ଦିନ ପୂର୍ବେ ପ୍ରାଣ ହରାଇଥିଲେ । ଉକ୍ତ ଅଧିକାରୀଙ୍କ ପତ୍ନୀ ଭିସୁଟରେ ଆସିଷ୍ଟାଣ୍ଟ ପ୍ରଫେସର ଥିବାରୁ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱାବ୍ ରିପୋର୍ଟରେ ପିଜିଟିଭ୍ ଆସିବା ପରେ ତାଙ୍କୁ ତାଳଚେର୍ କୋଭିଡ୍‌-୧୯ ହସ୍ପିଟାଲ୍‌କୁ ସ୍ଥାନାରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ତାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିଲା ।

କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking