33.1 C
Bhubaneswar
Friday, April 26, 2024
Homeଓଡିଶାକରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା

କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ପୁଅର ମୃତ୍ୟୁ ଖବର ଶୁଣି ଉଭୟ ବାପା ମା’ ଆତ୍ମହତ୍ୟା କରିଛନ୍ତି । କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁର ରାଜକିଶୋର ଶତପଥୀଙ୍କ ପୁଅ ଗତ ୧ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଗୁରୁବାର ତାଙ୍କର ପଜିଟିଭ୍ ବାହାରିଥିଲା । ସେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଅର ମୃତ୍ୟୁ ଖବର ଶୁକ୍ରବାର ସନ୍ଧ୍ୟାରେ ପରିବାରକୁ ଦିଆଯିବା ପରେ ଉଭୟ ବାପା ମା’ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ବାପା ରାଜକିଶୋର ଶୁକ୍ରବାର ସନ୍ଧ୍ୟାରେ ସାପୁଆବସା ପଛ ଜଙ୍ଗଲରେ ଏକ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସଙ୍ଗେ ସଙ୍ଗେ ଏହି ଖବର ପ୍ରଚାରିତ ହୋଇଯିବା ପରେ ଘରେ ଥିବା ରାଜକିଶୋରଙ୍କ ପତ୍ନୀ ସୁଲୋଚନା ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ପରିବାର ଲୋକଙ୍କୁ କରୋନା ହୋଇଥିବା ସନ୍ଦେହ କରି ପଡ଼ୋଶୀ ଲୋକେ ଉଭୟଙ୍କ ଶବକୁ ଛୁଇଁନଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି । ପିପିଇ କିଟ୍ ଆସିବା ପରେ ସେଗୁଡ଼ିକୁ ପିନ୍ଧି ଶବ ବ୍ୟବଚ୍ଛେଦ କରାଯିବା ପରେ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking