39.1 C
Bhubaneswar
Friday, April 26, 2024
Homeଓଡିଶାଜୁଲାଇ ମାସର ପ୍ରଥମ ସପ୍ତାହାନ୍ତ ସଟ୍‌ଡାଉନ୍‌

ଜୁଲାଇ ମାସର ପ୍ରଥମ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ବର : ଜୁଲାଇ ମାସର ପ୍ରଥମ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଆଜିଠୁ ୧୭ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନ ସଟ୍‌ଡାଉନ୍ ରହିବ। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସଟ୍‌ଡାଉନ୍ ରହିବା ନେଇ ଘୋଷଣା ହୋଇଥିଲା । ହେଲେ ପରେ ଆଉ ୭ ଜିଲ୍ଲା ରାୟଗଡ଼ା, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼ ଓ ଢେଙ୍କାନାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏସବୁ ଜିଲ୍ଲାରେ କରୋନା ଆକ୍ଟିଭ୍ କେସ୍ ଅଧିକ ଥିବାରୁ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ କଡ଼ା ଯାଂଚ କରାଯାଇଛି ।  ଅନ୍ୟପଟେ ଲକ୍‌ଡାଉନ୍ – ୨ ପରେ ୫୦ ଉପରେ କରୋନା ଆକ୍ଟିଭ୍ କେସ୍ ଥିବା ୧୦ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାକୁ ଜୋନ୍ ଓ୍ଵାନରେ ରଖି ସପ୍ତାହାନ୍ତ ସଟଡାଉନ୍ ଜାରି କରିଛନ୍ତି ଜିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking