28.1 C
Bhubaneswar
Friday, March 29, 2024
Homeଓଡିଶାମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ

ବାଙ୍କୀ : କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍‌ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗାଁର ବନମାଳୀ ରାଉତ(୨୫)।
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଯୁବକ ଜଣକ ଘରକୁ ଫେରିଥିଲେ। ଏହାପରେ ଘରେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍ ଧରି ସେ ମହାନଦୀ ବ୍ରିଜ୍‌କୁ ଆସିଥିଲେ। ବ୍ରିଜ୍ ଉପରେ ବାଇକ୍, ଚପଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ। ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟରେ ପୁଲିସ୍‌‌, ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି।

କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking