39.1 C
Bhubaneswar
Friday, April 26, 2024
Homeଓଡିଶାପ୍ରେମ ସପ୍ତାହରେ ସମ୍ପର୍କୀୟ ସହ ମା’ ଫେରାର୍ ଆଉ ତା’ପରେ....

ପ୍ରେମ ସପ୍ତାହରେ ସମ୍ପର୍କୀୟ ସହ ମା’ ଫେରାର୍ ଆଉ ତା’ପରେ….

ପିପିଲି : ପ୍ରେମ ସପ୍ତାହରେ ସମ୍ପର୍କୀୟ ସହ ଜଣେ ମହିଳା କେଉଁଆଡ଼େ ଫେରାର ହୋଇଯାଇଥିବା ବେଳେ ମା’କୁ ଝୁରି ଝୁରି ୬ବର୍ଷର ଛୁଆ ରାତିଦିନ କାନ୍ଦ ବନ୍ଦ କରୁନି । ଛୁଆର ଏପରି ଅବସ୍ଥାରେ ପରିବାର ସଦସ୍ୟଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ଏପରିକି ଘରେ ଚୁଲି ମଧ୍ୟ ଜଳୁନାହିଁ । ଏମିତି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ । ଘଟଣାକୁ ନେଇ ପିପିଲିରେ ଚର୍ଚ୍ଚା ଜୋର୍ ଧରିଥିବାବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ଉଦବେଗ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ପିପିଲି ଥାନା ଅଧୀନ ନୂଆଶସନ ପଞ୍ଚାୟତ ମହିନିପିଡ଼ି ଗ୍ରାମର ମାନସୀ (ଛଦ୍ମନାମ) ଙ୍କର ଦେହ ଅସୁସ୍ଥ ଥିବାରୁ ଗତ ଜାନୁଆରୀ ୩୧ତାରିଖ ଦିନ ପିପିଲି ବଜାରକୁ ଆସି ଡାକ୍ତର ଦେଖାଇ ବଜାରରୁ ଔଷଧ କିଣି ଘରକୁ ଯିବା ପାଇଁ ସନ୍ଧ୍ୟା ୫ଟା ସମୟରେ ସିନେମା ହଲ୍‌ଠାରେ ଠିଆ ହୋଇଥିଲେ । ଏହି ସମୟରେ ସ୍ୱାମୀଙ୍କ ସମ୍ପର୍କୀୟ ଭାଇ ରାଜକିଶୋର ଦାସ ପହଞ୍ଚି ମାନସୀ (ଛଦ୍ମନାମ)ଙ୍କୁ ଘରେ ଛାଡ଼ିଦେବା ପାଇଁ କହି ତାଙ୍କୁ ମାରୁତିରେ ବସାଇ ନେଇଥିଲେ । ଏହା ପରେ ମାନସୀ (ଛଦ୍ମନାମ)ଙ୍କ ସ୍ୱାମୀ ପିପିଲି ହାଟ ସାରି ଘରେ ପହଞ୍ଚିବାରେ ମାନସୀ (ଛଦ୍ମନାମ) ପହଞ୍ଚି ନଥିବାର ଦେଖି ହତବାକ ହୋଇଯାଇଥିଲେ । ଏହା ପରେ ମାନସୀ (ଛଦ୍ମନାମ) ଏବଂ ସମ୍ପର୍କୀୟ ଭାଇ ରାଜକିଶୋରଙ୍କ ମୋବାଇଲକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ମୋବାଇଲ ସୁଇଚ୍ ଅଫ ଦେଖାଇବାରୁ ବାଧ୍ୟ ହୋଇ ଚଳିତ ମାସ ୧ତାରିଖ ଦିନ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ୧୫ ଦିନ ବିତିଯାଇଥିଲେ ମଧ୍ୟ ପିପିଲି ପୁଲିସର ହାତବାନ୍ଧି ବସିଛି , ଏନେଇ ବହୁ ସମାଲୋଚନା ହେଉଛି । ଉକ୍ତ ମହିଳାଙ୍କ ଏକ ୬ବର୍ଷର ପୁଅ ମା’କୁ ଝୁରିଝୁରି ଦିନକୁଦିନ ଦୁର୍ବଳ ହେବାକୁ ଲାଗୁଛି । ପୁଅର ଅବସ୍ଥା ଦେଖି ମାନସୀର ସ୍ୱାମୀ ତଥା ପରିବାର ଲୋକ ଖାଦ୍ୟପେୟ ଛାଡିଦେଇଛନ୍ତି । ଏପରି କି ଅଧିକାଂଶ ସମୟ ଘରେ ଚୁଲି ଜଳୁନି । ମାନସୀ ଏବେ କେଉଁ ପରିସ୍ଥିତିରେ ,କେଉଁ ଅବସ୍ଥାରେ ଅଛନ୍ତି ତାହା ଏବେ ଜଣା ପଡୁନାହିଁ । ପିପିଲି ପୋଲିସର ଖାମଖିଆଲି ମନୋଭାବ ପାଇଁ ଆଜି ଏହିଭଳି କରିସ୍ଥିତି ଉପୁଜିଛି । ଆମ ପୁଲିସ୍ ବ୍ୟବସ୍ଥା, ଥାନାରେ ମହିଳା ଡେସ୍କ ସମସ୍ତ ବ୍ୟବସ୍ଥା ଫେଲ୍ ମାରିଥିବାର ଅଭିଯୋଗ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking