32.1 C
Bhubaneswar
Thursday, March 28, 2024
Homeଓଡିଶାସାତ ଦିନ ହେଲା ବିଧବା ମହିଳା ନିଖୋଜ 

ସାତ ଦିନ ହେଲା ବିଧବା ମହିଳା ନିଖୋଜ 

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତର ଗୋବେରକୁଟୀ ଗ୍ରାମର ଜଣେ ୩୫ ବର୍ଷିୟା ବିଧବା ମହିଳା ୭ ଦିନ ହେଲା ନିଖୋଜ ଥିବା ଜଣାପଡ଼ିଛି ।  ଏ ନେଇ ଗତ ୧୨ ତାରିଖର  ମହିଳାଙ୍କ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ,  ଉକ୍ତ ମହିଳାଙ୍କ ଝିଅ ୧୦ମ ପରୀକ୍ଷା ଦେବାକୁ ଥିବାରୁ ତା’ ପାଇଁ ଅଟୋର ବନ୍ଦୋବସ୍ତ କରିବାକୁ ୧୦ ତାରିଖ ଦିନ ସକାଳେ କୁମ୍ଭାରୀ ଗାଁକୁ ଯାଇ ଆଉ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ  ଫେରିନଥିଲେ ।  ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ମାଆ ଦୁଇଦିନ ଧରି ଘରକୁ ନଫେରିବାରୁ  ବଡ଼ଝିଅ ରଶ୍ମିତା ଉଠାଣ ସିଂ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ନିଖୋଜ ବିଧବା ମହିଳା ଜଣକ ହେଉଛନ୍ତି ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗୋବେରକୁଟୀ ଗ୍ରାମର ମୃତ ବିଶ୍ୱ ଉଠାଣସିଂଙ୍କ ବିଧବା ପତ୍ନୀ ନିର୍ମଳା ଉଠାଣସିଂ (୩୫) ।
ସେ ଘରୁ  ଯିବା ସମୟରେ ସବୁଜ ରଙ୍ଗର ଶାଢୀ ଓ ଧଳା ରଙ୍ଗର ଚପଲ ପିନ୍ଧିଥିଲେ । ତାଙ୍କର ଉଚ୍ଚତା ୪ଫୁଟ୍ ୬ଇଞ୍ଚ , ଦେହର ବର୍ଣ୍ଣ ସାବନିଆ ଗୋରା ଓ କେଶ ଲମ୍ବା ।  ଏ ସମ୍ପର୍କରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କୁ  ପଚାରିବାରୁ  ନିଖୋଜ ଥିବା ମହିଳାଙ୍କୁ ଖୋଜି ପାଇବାର ସମସ୍ତ ପ୍ରକ୍ରିୟା ଜାରି ରହିଛି । ମହିଳାଙ୍କୁ ପାଇବାପରେ ତାଙ୍କର ବୟାନ ଅନୁଯାଇ କେଶ୍ ରେଜିଷ୍ଟ୍ରି କରାଯିବ ବୋଲି କହିଛନ୍ତି ।  ହେଲେ ମହିଳାଙ୍କ ପତ୍ତା ମିଳିବାରେ ବିଳମ୍ବ ହେଉଥିବାରୁ ଅଞ୍ଚଳବାସୀଙ୍କ ମନରେ ବିଭିନ୍ନ ସନ୍ଦେହ ସୃଷ୍ଟି ହେବା ସହ ଅସନ୍ତୋଷ ବୃଦ୍ଧି ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking