28.1 C
Bhubaneswar
Thursday, May 2, 2024
Homeଓଡିଶାବିବାହିତ ମହିଳାଙ୍କୁ ନେଇ ଫେରାର ପ୍ରେମିକ ଗିରଫ

ବିବାହିତ ମହିଳାଙ୍କୁ ନେଇ ଫେରାର ପ୍ରେମିକ ଗିରଫ

ଗଞ୍ଜାମ: ଗତ ଜାନୁୟାରୀ ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡି ଅଧୀନ ହରିଡାପଦର ଗ୍ରାମ ପଞ୍ଚାୟତ ଭେଙ୍କଟରାଇପଲ୍ଲୀ ଗ୍ରାମର ବିବାହିତ ମହିଳାଙ୍କୁ ଗ୍ରାମର ଜଣେ ପ୍ରେମିକ ଧରି ଫେରାର ହୋଇଯାଇଥିବା ଘଟଣାରେ ପୁଲିସ ଆଜି ଉକ୍ତ ପ୍ରେମିକକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଅଜୟ ବେହେରା ଗତ ୮ ବର୍ଷ ତଳେ ଗ୍ରାମର ଜଣେ ଝିଅକୁ ହିନ୍ଦୁକୁଳ ନୀତି ଅନୁଯାୟୀ ବାହା ହୋଇଥିଲେ । ବାହାଘର ପରେ ତାଙ୍କର ଗୋଟିଏ ୪ ବର୍ଷର ପୁଅ ଓ ୩ ବର୍ଷର ଝିଅ ରହିଛି । ଅଜୟ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନିଜ ଘର ଭେଙ୍କଟରାଇପଲ୍ଲୀରେ ଛାଡି ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଯାଇଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣକ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ସମ୍ପର୍କ ଯୋଡ଼ିଥିଲେ । ଏହା ଜଣାପଡିବା ପରେ ଲୋକ ଲଜ୍ଜାରୁ ରକ୍ଷା ପାଇଁ କୌଣସି ଉପାୟ ନପାଇ ଶେଷରେ ମହିଳା ଜଣକୁ ଧରି ହାଇଦ୍ରାବାଦ ଫେରାର ହୋଇଯାଇଥିଲେ । ସେଠାରେ କାମ ଧନ୍ଧା ନପାଇ ଅଭାବ ଅସୁବିଧା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ପ୍ରେମିକ ଜଣକ ଶେଷରେ ମହିଳାକୁ ଗାଁରେ ଆଣି ଛାଡି ଦେଇଥିଲେ । ଏହି ଘଟଣାରେ ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତିକରି ଫେରାର ଥିବା ପ୍ରେମିକଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା । ଆସିକା ପୁଲିସ ସୋମବାର ଯୁବକଜଣଙ୍କୁ ଗିରଫ କରିଥିବା ବେଳେ ମହିଳା ଓ ପ୍ରେମିକର ଡାକ୍ତରମାଇନା କରାଯାଇଥିଲା । ପରେ ପ୍ରେମିକକୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking